ତ୍ଵଚା ଓ କେଶର ଯତ୍ନ ପାଇଁ ବ୍ୟବହାର କରନ୍ତୁ ଆଳୁ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆଳୁ ଯେ କେବଳ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ ତା ନୁହେଁ ବରଂ ଏହା ଆମ କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।ତ୍ବଚା ସହ କେଶଜନିତ ଅନେକ ସମସ୍ୟା ଦୂର କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ତ୍ବଚା ଓ କେଶ ପାଇଁ ଆଳୁର ବ୍ୟବହାର ବିଷୟରେ –

ଆଖିତଳ କଳାଦାଗ ଦାଗ ଦୂର କରିବା ପାଇଁ ଆଳୁ ରସକୁ ତୁଳାରେ ବୁଡାଇ ଉକ୍ତ ସ୍ଥାନରେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଆପଣ ଚାହିଁଲେ ଆଳୁକୁ କାଟି ତାକୁ ଆଖି ଉପରେ ରଖି ପାରିବେ । ଏହାଦ୍ୱାରା ଆଖି ତଳେ ଥିବା ଦାଗ ସବୁଦିନ ପାଇଁ ଦୂର ହୋଇଯିବ ।
ସମ୍ପୂର୍ଣ୍ଣ ଶରୀରକୁ ସଫା ତଥା ଚମକପ୍ରଦ ରଖିବା ପାଇଁ ଆଳୁ ରସରେ କଞ୍ଚା କ୍ଷୀର ମିଶାଇ ତୁଳା ଦ୍ୱାରା ଶରୀରରେ ସପ୍ତାହକୁ ଥରେ ଲଗାନ୍ତୁ। ମାତ୍ର କିଛି ଦିନରେ ହିଁ ଆପଣ ଫରକ ଉପଲବ୍ଧି କରିପାରିବେ। ଏହାଦ୍ବାରା ଆପଣଙ୍କ ଶରୀରରେ ଏକ ଅଦ୍ଭୁତ ଚମକ ଆସିବ।
ବ୍ରଣ ସମସ୍ୟା ଦୂର କରିବା ପାଇଁ ଏକ ପାତ୍ରରେ କିଛି ଆଳୁ ରସ ନିଅନ୍ତୁ। ଏଥିରେ ଅଳ୍ପ ଲେମ୍ୱୁ ରସ ଏବଂ ମୁଲତାନି ମାଟି ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲଭାବେ ସଫା କରିବାକୁ ଭୁଲିବେନି। ଆପଣ ଚାହିଁଲେ, ଗୋଲାପ ଜଳରେ ଚେହେରାକୁ ପୂର୍ବରୁ ସଫା କରିପାରିବେ। ମିଶ୍ରଣକୁ ଚେହେରାରେ ୧୫ରୁ ୨୦ ମିନିଟ ଲଗାଇ ରଖନ୍ତୁ। ଏହାପରେ ହାତକୁ ଓଦା କରି ଏହାକୁ ସ୍କ୍ରବ କରିବା ଭଳି ସଫା କରନ୍ତୁ। ସପ୍ତାହରେ ୩ ରୁ ୪ ଥର ଏହି ପ୍ୟାକକୁ ବ୍ୟବହାର କରିବା ଦ୍ବାରା ପ୍ରଭାବ ନିଜେ ଅନୁଭବ କରିପାରିବେ।
କେଶ ଝଡ଼ିବା ଏବଂ ରୁପି ପରି ସମସ୍ୟାକୁ ଦୂର କରିବା ପାଇଁ ଆଳୁ ରସ ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଆଳୁ ରସରେ ଏଲୋଭେରା ଜେଲ ଏବଂ ଏକ ଚାମଚ ମହୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ସପ୍ତାହରେ ଥରେ ଏହି ପେଷ୍ଟକୁ ଏକ ଘଣ୍ଟା ପାଇଁ କେଶରେ ମାଲିସ କରନ୍ତୁ। ଏହାପରେ କେଶକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହାର ପର ଦିନ କେଶକୁ ଶ୍ୟାମ୍ପୁ କରି ଧୋଇ ଦିଅନ୍ତୁ


ସେୟାର କରନ୍ତୁ