ପତିଙ୍କ ସାଥିରେ ଜମକର ମଜା ନେଉଛନ୍ତି ବିପଶା,ଭାଇରଲ ହେଲା ବିଚର ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ଼ର ଖୁବ ସୁନ୍ଦର ଯୋଡି ଅଭିନେତ୍ରୀ ବିପାଶା ବାସୁ ଏବଂ ଅଭିନେତା କରଣ ସିଂହ ଗ୍ରୋଭର ଜଣେ ଅନ୍ୟ ଜଣଙ୍କ ସାଥିରେ ସବୁବେଳେ ସମୟ ବିତେଇବା ଦେଖାଯାଉଛି । ସୋସିଆଲ ମିଡିଆରେ ଦୁହିଁଙ୍କର ରୋମାଟିଙ୍ଗ ଫଟୋ ଖୁବ ଦେଖିବାକୁ ମିଳୁଛି । ଏହି ସମୟରେ ଦୁହେଁ ନୂଆ ବର୍ଷର ମଜା ନେଉଛନ୍ତି । ତେବେ ଏହି ଅବସରରେ ଏ ଯୋଡ଼ିଙ୍କର ରୋମାଣ୍ଟିକ ଫଟୋ ଦେଖିବାକୁ ମିଳୁଅଛି ।

ଏହି ରୋମାଣ୍ଟିକ ଫଟୋକୁ ବିପଶା ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏଠି କପଲଙ୍କର ସାନଦାର ଅନ୍ଦାଜ ଦେଖିବାକୁ ମିଳୁଛି । ଦୁହେଁ ବୀଚ ଉପରେ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳୁଅଛି । ବିପଶା କେତେ ଗୁଡିଏ ସେଲ୍ଫି ପୋଷ୍ଟ କରିଛନ୍ତି । ସେଠି ମଧ୍ୟରୁ ଗୋଟିକରେ ବିପଶା ଓଠକୁ ଉପରକୁ ଉଠାଉଛନ୍ତି ।

View this post on Instagram

Baked !!! #monkeylove #us

A post shared by bipashabasusinghgrover (@bipashabasu) on

ତେବେ ଆଉ ଏକ ଫଟୋରେ ତାଙ୍କ ସାଥିରେ କରଣ ସିଂହ ଗ୍ରୋଭର ନଜର ଆସୁଛନ୍ତି । ଏଇଠି କପଲ ଅଲଗା ଅଲଗା ଅନ୍ଦାଜରେ ସେଲ୍ଫି ନେଉଛନ୍ତି । କରଣ ଓ ବିପଶାଙ୍କର ଏହି ଫଟୋ ଗୁଡିକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହା ସାଥିରେ ମଧ୍ୟ କମେଣ୍ଟରେ ଖୁବ ତାରିଫ କରୁଛନ୍ତି ।

କାମ କଥା କହିବା ଯଦି ବିପାଶା ବାସୁ ଶେଷ ଥର ଫିଲ୍ମ ‘ଏଲୋନ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ତାଙ୍କ ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। 2016ରେ ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋଭରଙ୍କ ବିବାହ ହୋଇଥିଲା ।

କରଣ ସିଂହ ଗ୍ରୋଭରଙ୍କ କଥା କହିବା ଯଦି ସେ ନିକଟରେ ଷ୍ଟାର ପ୍ଲସର ଧାରାବାହିକ ‘କସୌଟି ଜିନ୍ଦଗୀ କି’ରେ ମିଷ୍ଟର ବଜାଜଙ୍କ ଭୂମିକାରେ ନଜର ଆସିଥିଲେ ।


ସେୟାର କରନ୍ତୁ