ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଖଣ୍ଡ ଖଣ୍ଡ କଲେ ଅସାମାଜିକ ଲୋକ,ଗୁଜୁରାଟ

ଦେଶବିଦେଶ
ସେୟାର କରନ୍ତୁ

ଅହମ୍ମଦାବାଦ : ଗୁଜରାତର ଅମରେଲି ଜିଲ୍ଲାରେ ଅଜ୍ଞାତ ଲୋକ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଅନୁସାରେ ବାପୁଙ୍କ ପ୍ରତିମୂର୍ତ୍ତିକୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ କିଛି ଅସାମାଜିକ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି । ପୋଲିସ ଅଜ୍ଞାତ ଲୋକଙ୍କ ନାମରେ କେସ ଦର୍ଜ କରିଅଛି ।

ସୂଚନା ମୁତାବକ, ଏହି ଘଟଣା ଗତ କାଲି ରାତିରେ ହୋଇଅଛି । ଯାହାକୁ କିଛି ଅଜ୍ଞାତ ଲୋକେ ଅମରେଲି ଅକାଣା ରୋଡ଼ ପାଖରେ ଥିବା ହରି କୃଷ୍ଣା ହ୍ରଦ ନିକଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ରାତି ଅନ୍ଧାରରେ ଭାଙ୍ଗିଦେଇଛନ୍ତି ।

ସକାଳ ହେବା ପରେ ଲୋକେ ଯେବେ ଜାଣିଲେ ପୁରା ଏରିଆ ତନାବ ଖେଳିଯାଇଥିଲା । ଏହା ପରେ ସ୍ଥାନୀୟ ପୁଲିସ ପାଖରେ ସୂଚନା ମିଳିବ କ୍ଷଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହା ପରେ ପୋଲିସ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ଭଙ୍ଗ ଯିବା ଘଟଣାକୁ ନେଇ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ଦର୍ଜ କରିଅଛି ।


ସେୟାର କରନ୍ତୁ