47ରେ ପଦାର୍ପଣ କଲେ ଦ ଓ୍ଵାଲ ରାହୁଲ ଦ୍ରାବିଡ

ଖେଳ
ସେୟାର କରନ୍ତୁ

ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶନିବାର 47 ବର୍ଷରେ ପଦାର୍ପଣ କରିଛନ୍ତି । ସେ 1973ଜାନୁୟାରୀ 11ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ । 12 ବର୍ଷ ବୟସରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । 1996ରେ ଶ୍ରୀଲଙ୍କା ବିପକ୍ଷରେ ସେ ସିଙ୍ଗର କପ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ।

ତାଙ୍କର ଖେଳୁଆଡ ମନୋବୃତ୍ତି ଯୋଗୁ ପ୍ରଶଂସକ ତାଙ୍କୁ ମିଷ୍ଟର ଡିପେଣ୍ଡବୁଲ୍‌ ଭାବେ ଅଭିହିତ କରୁଥିଲେ । 2003ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ୍‌ ଠାରେ 233 ରନ୍‌ କରିଥିବାବେଳେ 2004ରେ ପାକିସ୍ତାନ ବିପକ୍ଷରେ ରାଓ୍ବଲପିଣ୍ଡିରେ 270 ରନ୍‌ କରିଥିଲେ ।

ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ମାରତ ବିଜୟ ଲାଭ କରିଥିଲା । ସେ 164 ଟେଷ୍ଟ ମ୍ୟାଚ୍‌ ଖେଳି 13,288 ରନ୍‌ କରିଛନ୍ତି । ସେଥି ମଧ୍ୟରେ 36ଟି ଶତକ 63 ଅର୍ଦ୍ଧ ଶତକ ରହିଛି । ସେହିପରି 344 ଏକଦିବସୀୟ ମ୍ୟାଚ୍‌ ଖେଳି 10,889 ରନ୍‌ କରିଛନ୍ତି । ସେଥି ମଧ୍ୟରେ 12 ଶତକ ଏବଂ 83 ଅର୍ଦ୍ଧ ଶତକ ରହିଛି ।

କ୍ରିକେଟ ଖେଳ ପରି ତାଙ୍କ ଲଭ୍‌ ଲାଇଫ୍‌ ମଧ୍ୟ ବେଶ୍‌ ନିଆରା । ପିଲାଦିନ ସାଥୀ ବିଜେତା ପେନ୍ଧାରକର ଶେଷରେ ପାଲଟି ଥିଲେ ରାହୁଲଙ୍କ ଜୀବନସାଥୀ । ସେମାନଙ୍କର ବିବାହ 2003ରେ ସମ୍ପନ୍ନ ହୋଇଥିଲା।


ସେୟାର କରନ୍ତୁ