ନିଜ ଖାଦ୍ୟରେ ମିଶାନ୍ତୁ ଏହାକୁ ପାଚନ କ୍ରିୟା ହେବ ସହଜ

Truthink
ସେୟାର କରନ୍ତୁ

ମନୁଷ୍ୟ ଶରୀରର ପେଟ ଏକ ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କାରଣ ଏହା ପାଚନକ୍ରିୟାର ଅଂଶ । ଶରୀର ପାଇଁ ଅତି ଆବଶ୍ୟକ ଖାଦ୍ୟ ଏହି ପାଚନକ୍ରିୟାରେ ବିଘଟିତ ହୋଇଥାଏ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇଥାଏ ।

ଯେହେତୁ ପାଚନତନ୍ତ୍ର (ପାକସ୍ଥଳୀ ଓ ଅନ୍ତନାଡି)ରେ ଖାଦ୍ୟ ବିଘଟିତ ଓ   ହୋଇଥାଏ ଓ ଏହାର ତାପମାତ୍ରା ବଢିଥାଏ, ତେଣୁ ଏହା ନିୟମିତ ସଫା ରହିବା ଆବଶ୍ୟକ ।

ଖାସ୍ କରି ଅନ୍ତନାଡ଼ିରେ ଖାଦ୍ୟ ପଚନର ଏକ ମୁଖ୍ୟ କ୍ରିୟା ସଂଘଟିତ ହୋଇଥାଏ ତେଣୁ ଏପରି କିଛି ଖାଦ୍ୟ ଜାଣି  ରଖିବା ଉଚିତ ଯାହା ଅନ୍ତନାଡୀକୁ ସୁସ୍ଥ ରଖିଥାଏ ଓ ଆପଣଙ୍କୁ ଫିଟ୍ କରିଥାଏ ।   

ଲବଙ୍ଗ : ଲବଙ୍ଗରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ଭରପୁର ମାତ୍ରାରେ ରହିଛି । ଏହା ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।

ଅଦା : ପେଟରେ ହେଉଥିବା ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ଅଦା ବେଶ ହିତକାରୀ । ଏକ ଛୋଟ ଖଣ୍ଡ ଅଦାକୁ ଛେଚି, ଏଥିରେ ସାମାନ୍ୟ ଗୋଲମରିଚ, ଅଳ୍ପ ହେଙ୍ଗୁ ମିଶାଇ ପେଷି ଦିଅନ୍ତୁ । ଖାଦ୍ୟ ଖାଇବା ପରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ ।

ହଳଦୀ : ହଳଦୀ ପେଟର ସମସ୍ତ ସମସ୍ୟା ଦୂର କରିଥାଏ। ଏକ ଚାମଚ ହଳଦୀରେ 2 ଚାମଚ ମହୁ ମିଶାଇ ନିୟମିତ ପିଅନ୍ତୁ ।

ରସୁଣ : ରସୁଣର ସେବନ କରିବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ । ନିୟମିତ ସକାଳେ ଖାଲି ପେଟରେ 2 କିମ୍ବା 3ଟି ରସୁଣ ଖାଇବା ଦ୍ୱାରା ପେଟର ସଙ୍କ୍ରମଣ ଦୂର ହୋଇଥାଏ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଅଲ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ।

କଦଳୀ : ପେଟ ପାଇଁ କଦଳୀ ଖୁବ ଉପକାରୀ । ସପ୍ତାହକୁ 2 ରୁ 3ଟି କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ । ଏଥିରେ ଥିବା ପୋଟାସିୟମ ଶରୀରର ଜଳ ଅଂଶକୁ ସ୍ଥିର ରଖିଥାଏ ଓ ଏହା ପାଚନତନ୍ତ୍ରର ତାପମାତ୍ରାକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ । ଏହି ସମସ୍ତ ଉପାୟ ପେଟର ଗ୍ୟାସଟିକ, ଏସିଡ଼ିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।


ସେୟାର କରନ୍ତୁ