କିଡନିରେ ରୋଗ ହେବା ପୂର୍ବରୁ ଦେଖାଦେଇଥାଏ ଏହି ସବୁ ଲକ୍ଷଣ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆମର ଶରୀରର ମହତ୍ୱପୂର୍ଣ ଅଙ୍ଗ ଗୁଡିକ ମଧ୍ୟରେ କିଡନି ସାମିଲ ଅଛି,କିନ୍ତୁ ଆଜିକାଲି ଲୋକଙ୍କ ଭିତରେ କିଡିନିି ସହିତ ଜଡ଼ିତ ସମସ୍ୟା ଦେଖିବାକୁ ମିଳୁଛି,କାହିଁକିନା ଆଜିର ଛକା ପଞ୍ଝା ଦୁନିଆରେ ଲୋକଙ୍କ ପାଖରେ ନିଜ ଶରୀରକୁ ସୁସ୍ଥ ରଖିବାର ସମୟ ନାହିଁ ଏବଂ ନା ଲୋକମାନେ ଏହା ପ୍ରତି ଧ୍ୟାନ ଦେଉଛନ୍ତି। ବ୍ୟସ୍ତବହୁଳ ଜୀବନ ଶୈଳୀ ମଣିଷକୁ ଦିନକୁ ଦିନ ରୋଗାଗ୍ରସ୍ତ କରୁଛି। ଠିକ ସମୟରେ ନ ଖାଇବା ଓ ବିଳମ୍ବରେ ଶୋଇବା ଆଦି ସମସ୍ୟା ଏହାର ମୁଖ୍ୟ କାରଣ ଅଟେ। ମଣିଷର ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ଭାବରେ କିଡନିକୁ ବିବେଚନା କରାଯାଏ। ଯଦି ଏହା କେବେ ଫେଲ୍ କିମ୍ବା ଖରାପ ହୋଇଯାଏ, ମଣିଷର ମୃତ୍ୟୁ ସୁନିଶ୍ଚିତ। ଆଜି ଜାଣିବା କିଡନି ଫେଲ୍ ହେବାର ମୁଖ୍ୟ ୫ଟି ଲକ୍ଷଣ, ଯାହାକୁ କେବେ ଅଣଦେଖା କରିବା ଉଚିତ ନୁହେଁ।
ଅଚାନକ ବିନା କାରଣରେ ଶରୀର ଫୁଲିବା- ଯଦି ଆପଣଙ୍କର ବିନା କାରଣରେ ଶରୀର ଫୁଲିବାକୁ ଲାଗୁଚି ତେବେ ଆଜି ହିଁ ସାବଧାନ ହୋଇଯାଆନ୍ତୁ, କାରଣ ଶରୀରରେ ଅପରିସ୍କାର ରକ୍ତର ପରିମାଣ ବଢି ଯିବାରୁ ଏପରି ହୋଇଥାଏ। ଏହା କିଡନି ଫେଲ୍ ହେବାର କାରଣ ଅଟେ। ପରିସ୍ରାରେ ଫେଣ ଓ ରକ୍ତ ବାହାରୁଚି କି- ଯଦି ଆପଣଙ୍କର ନିୟମିତ ପରିମାଣ ଠାରୁ ଟିକେ ଅଧିକ ଫେଣ ପରିସ୍ରାରେ ବାହାରୁଛି ତେବେ ଆଜି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହା କିଡନି ଫେଲ୍ ହେବାର ମୂଳ ଲକ୍ଷଣ ଅଟେ। ଏହା ସହିତ ପରିସ୍ରା କରିବା ସମୟରେ ରକ୍ତ ଆସିବା କିଡନି ପୁରା ଖରାପ ହେବାର ଲକ୍ଷଣ ଅଟେ।
ଥଣ୍ତା ଅନୁଭବ ହେଉଛି କି- ଯେଉଁମାନେ କିଡିନି ରୋଗର ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କୁ ଆନେମିଆ ରୋଗ ମଧ୍ୟ ଶୀଘ୍ର ହୋଇଥାଏ। କୌଣସି ସମୟରେ ଥଣ୍ତା ଅନୁଭବ ହେବା, ବିନା କାରଣରେ ଜ୍ୱର ହେବା ଆଦି ସମସ୍ୟା ଆସିଥାଏ।
ବିନା କାରଣରେ ଶରୀର କୁଣ୍ତାଇ ହେଉଛି କି- କୌଣସି କାରଣ ନଥାଇ ଯଦି ଶରୀର କୁଣ୍ତାଇ ହେଉଛି ତେବେ ଏହା କିଡନି ଫେଲ୍ ର ଲକ୍ଷଣ ଅଟେ। ସାମାନ୍ୟ କୁଣ୍ତାଇ ହେବାରେ କୌଣସି ଅସୁବିଧା ନାହିଁ ଯଦି ବାରମ୍ବାର କୁଣ୍ତାଇ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
ବିନା ପରଶ୍ରମରେ କ୍ଲାନ୍ତି ଅନୁଭବ ହେଉଛି କି- କୌଣସି କାମ ବା ପରିଶ୍ରମ ନକରି ଯଦି କ୍ଲାନ୍ତି ଲାଗୁଚି କିମ୍ବା ବାରମ୍ବାର ଶୋଇବାକୁ ଇଚ୍ଛା ହେଇଚି ତେବେ ଆପଣଙ୍କ ଶରୀରର କୌଣସି ସମସ୍ୟା ଅସୁବାକୁ ଯାଉଛି।


ସେୟାର କରନ୍ତୁ