‘ଝୁଣ୍ଡ’ର ପ୍ରଥମ ପୋଷ୍ଟର ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅପକମିଙ୍ଗ ଫିଲ୍ମ ‘ଝୁଣ୍ଡ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ସୈରାଟ ଭଳି ସୁପରହିଟ ଫିଲ୍ମ କରିଥିବା ନାଗରାଜ ମଞ୍ଜୁଲେ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି । ସୈରାଟ ହେଉଛି ପ୍ରଥମ ମରାଠୀ ଫିଲ୍ମ ଯିଏ ବକ୍ସ ଅଫିସ୍‌ରେ 100 କୋଟି ଟଙ୍କାରୁ ଅଧିକ ଆୟ କରିବାରେ ସଫଳ ହୋଇଥିଲା । ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଅମିତାଭ ନିଜେ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି ।

ଏହି ବୟସରେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏଯାଏଁ ଟଙ୍କା ଆୟ କରନ୍ତି । ସମଗ୍ର ଦୁନିଆରେ ଅମିତାଭଙ୍କର ଅଗଣିତ ଫ୍ୟାନ୍‌ ଅଛନ୍ତି । ଫିଲ୍ମ ବ୍ୟତୀତ ଅମିତାଭ କେବିସି ଶୋ ମଧ୍ୟ ହୋଷ୍ଟ କରନ୍ତି । ସେଥିପାଇଁ ସେ ଏଭରଗ୍ରୀନ ଅଭିନେତା ଭାବେ ପରିଚିତ । ‘ଝୁଣ୍ଡ’ ଫିଲ୍ମରେ ଅମିତାଭ ବଚ୍ଚନ ଜଣେ ପ୍ରଫେସର ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ବିଗ୍‌ ବିଙ୍କ ଚେହେରା ଦେଖା ଯାଇନି ତାଙ୍କର ପିଠି ଦେଖାଯାଇଛି ।


ସେୟାର କରନ୍ତୁ