ରିଲିଜ ପରେ ଧମାଲ କରିବ “ଅଦୃଶ୍ୟମ୍‌”

ସିନେମା
ସେୟାର କରନ୍ତୁ

ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍‌’ ଆଜି ରିଲିଜ ହେବାକୁ ଯାଉଛି । ସମରେଶ ରାଉତରାୟଙ୍କ ଉପସ୍ଥାପିତ ସସ୍‌ପେନ୍ସ ଡ୍ରାମା ‘ଅଦୃଶ୍ୟମ୍‌’ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରୁଛି । ଫିଲ୍ମର ନାମକରଣ ହିଁ ଦର୍ଶକଙ୍କ ଭିତରେ ବିଷୟବସ୍ତକୁ ନେଇ ସ୍ୱତଃ ଆଗ୍ରହ ସୃଷ୍ଟି କରିଛି ।

ଏସ୍‌-3 ମୁଭିଜ, ଓଡ଼ିଆ ଓ୍ଵାନ୍, ମଞ୍ଜରୀ ଟିଭି, ଡିକେଏଫ୍‌, ଆରଏମ୍‌ଏଫ ଓ ଲାବଣ୍ୟ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ‘ଅଦୃଶ୍ୟମ୍‌’ରେ ମୁଖ୍ୟ ଭୂମିକାରେ ସାନୁ, ଅଙ୍କିତା, ସମରେଶ, ଚିତ୍ତ ତ୍ରିପାଠୀ ଓ ଲିପ୍‌ସା ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି । ରାଜେନ୍ଦ୍ର ମହନ୍ତ ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ବିଶ୍ୱରୂପ । ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗା ଶଙ୍କର ଦାଶ ଫିଲ୍ମର ପ୍ରଯୋଜନା କରିଛନ୍ତି ।


ସେୟାର କରନ୍ତୁ