ସାରା ଅଲି ଖାନ୍ ନିଜର ଜିମ୍ ଭିଡିଓ କଲେ ସେୟାର, ଏମିତି ବ୍ୟାୟାମ କରୁଥିବାର ଆସିଲେ ନଜର

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘କୁଲି ନମ୍ବର ୱାନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ‘କୁଲି ନମ୍ବର ୱାନ’ର ଟ୍ରେଲର ରିଲିଜ ହୋଇଛି, ଯାହା ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହି ସମୟରେ ସାରା ଅଲି ଖାନ ଏକ ୱାର୍କଆଉଟ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ସାରା ୱାର୍କଆଉଟ୍ କରୁଥିବାର ଦେଖାଯାଉଛନ୍ତି । ଏହି ଭିଡିଓ ସାରା ଅଲି ଖାନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରୁଛନ୍ତି । ଯେଉଁଥିରେ ସେ ତାଙ୍କ ପ୍ରଶିକ୍ଷକଙ୍କ ସହିତ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛନ୍ତି ।

ଭିଡିଓରେ, ସାରା ବିଭିନ୍ନ ବ୍ୟାୟାମ କରି ଝାଳ ବୁହାଉଛନ୍ତି, ଯେଉଁଠାରେ ତାଙ୍କୁ ବେଳେବେଳେ ପୁସ୍ଅପ୍ କରୁଥିବା କିମ୍ବା ବେଳେବେଳେ ସ୍କଓଟେସ କରୁଥିବା ଦେଖାଯାଉଛନ୍ତି । ଭିଡିଓ ସେୟାର କରିବାବେଳେ ସାରା ଅଲି ଖାନ କ୍ୟାପସନରେ ଲେଖିଛନ୍ତି – ‘ଯେତେବେଳେ ତୁମେ ସନ୍ଦେହରେ ଥାଅ, ୱାର୍କଆଉଟ୍ କର । ପୁସ୍ଅପ୍ ଏବଂ କ୍ରଞ୍ଚେସର ଗଣନା କର ନାହିଁ । ‘ ତେବେ ସାରା ଅଲି ଖାନ ନିଜର ୱାର୍କଆଉଟ ଭିଡିଓ ଦ୍ୱାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ଏହା ପ୍ରଥମ ଘଟଣା ନୁହେଁ । ପ୍ରାୟତଃ ସାରା ସବୁବେଳେ ନିଜର ୱାର୍କଆଉଟ ଭିଡ଼ିଓ ପ୍ରଶଂସକମାନଙ୍କ ସହିତ ସେୟାର କରିଥାନ୍ତି ।

କହିବାକି ଖୁବ୍ ଶୀଘ୍ର ସାରା ଅଲି ଖାନ୍ ଫିଲ୍ମ ‘କୁଲି ନମ୍ବର ୱାନ୍’ରେ ନଜର ଆସିବେ । ଏହି ଫିଲ୍ମ ଖ୍ରୀଷ୍ଟମାସ ଅବସରରେ ତଥା 25 ଡିସେମ୍ବରରେ ମୁକ୍ତିଲାଭ କରିବ, ଯେଉଁଥିରେ ବରୁଣ ଧାୱନ ସାରାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏକ ସପ୍ତାହ ପୂର୍ବରୁ ‘କୁଲି ନମ୍ବର ୱାନ’ର ଟ୍ରେଲର ରିଲିଜ ହୋଇଛି ଏବଂ ଏହା ଏପର୍ଯ୍ୟନ୍ତ 5 କୋଟି 44 ଲକ୍ଷରୁ ଅଧିକ ବ୍ୟୁଜ ପାଇଛି । ଏହି ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ