କରୋନା ଭାଇରସ ସହ ଯୁଦ୍ଧ ପାଇଁ ଦାନ ନଦେବା ଉପରେ ଟ୍ରୋଲ୍ ହେଲେ ସୋନାକ୍ଷୀ ସିଂନ୍ହା, ଏକ୍ଟ୍ରସ ମଧ୍ୟ ଟ୍ୱିଟ କରି ଦେଲେ ମୁଁହଁତୋଡ ଜବାବ…

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କରୋନା ଭାଇରସକୁ ନେଇ ଦୁନିଆରେ ଯୁଦ୍ଧ ଲାଗିରହିଅଛି । ଭାରତରେ 21 ଦିନର ଲକଡାଉନ ଚାଲୁରହିଅଛି ଏବଂ ଫିଲ୍ମ ଦୁନିଆରେ ଯୋଡ଼ି ରହିଥିବା ହସ୍ତୀମାନେ କରୋନା ବିରୋଧରେ ହେଉଥିବା ଯୁଦ୍ଧରେ ହୃଦୟ ଖୋଲିକରି ଦାନ ଦେଉଅଛନ୍ତି । ତେବେ କିଛି ଷ୍ଟାର ପିଏମ ରାହତ କୋଷରେ ଦାନ ନ ଦେଇ ଟ୍ରୋଲର୍ସ ମାନଙ୍କ ନିଶାନ ଉପରେ ମଧ୍ୟ ଅସିଜାଇଛନ୍ତି । ଏକ୍ଟ୍ରସ ସୋନାକ୍ଷୀ ସିଂନ୍ହା କରୋନା ଭାଇରସ ଵିରୋଧରେ ଯୁଦ୍ଧରେ ନିଜର ସହଯୋଗ ନ ଦେବା ପାଇଁ ଟ୍ରୋଲ୍ ହୋଇଯାଇଛନ୍ତି । ତେବେ ଏକ୍ଟ୍ରସ ଟ୍ରୋଲର୍ସକୁ ମୁଁହଁତୋଡ ଜବାବ ଦେଇଛନ୍ତି ।

ଏକ୍ଟ୍ରସ ସୋନାକ୍ଷୀ ସିଂନ୍ହା ଗୋଟିଏ ଟୁଇଟ କରିଥିଲେ । ଏହି ଟ୍ୱିଟରେ ସେ ଟ୍ରୋଲର୍ସକୁ ଜବାବ ଦେଇ ଲେଖିଥିଲେ, ‘ଏକ ମିନିଣ୍ଟର ମୌନ ସେହି ଲୋକଙ୍କ ପାଇଁ ଯାହା ଏମାନେ ଚିନ୍ତା କରନ୍ତି କି ଅଗର ଘୋଷଣା କରି ନାହିଁ ତ ସହଯୋଗ କରୁନାହିଁ । ନେକି କର ଦରିଆମେ ଦାଲ,ସୁନା ତୋ ହୋଗା? କିଛି ଲୋକ ସତରେ ଏହାକୁ ଫଲୋ କରୁଛନ୍ତି । ଏବେ ଶାନ୍ତ ହେଇଯାଉ ଏବଂ ନିଜର ଏହି ସମୟକୁ କିଛି ଭଲ କର୍ମରେ ଲଗାଅ । ଘୋଷଣା କରିବା ୟା ନ କରିବା ଏହା ସମସ୍ତଙ୍କର ବ୍ୟକ୍ତିଗତ ପସନ୍ଦ ଅଟେ ।’

ସୋନାକ୍ଷୀ ସିଂନ୍ହାଙ୍କର ଏହି ଟ୍ୱିଟ ଉପରେ ଲୋକମାନେ ଖୁବ କମେଣ୍ଟ କରୁଅଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ସୋନାକ୍ଷୀଙ୍କ ପୂର୍ବରୁ ଆକ୍ଟର ଶାହରୁଖ ଖାନ ଓ ସଲମାନ ଖାନ ମଧ୍ୟ ଦାନ ନ ଦେବା ଉପରେ ଟ୍ରୋଲ୍ ହୋଇଛନ୍ତି । ତେବେ ଭାରତରେ କରୋନା ଭାଇରସ କଥା କହିବାତ ଏହି ଖାତରନାକ ଭାଇରସରେ ଏପର୍ଯ୍ୟନ୍ତ 1700ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ଏବଂ 38 ଲୋକଙ୍କର ପ୍ରାଣ ମଧ୍ୟ ଯାଇଅଛି ।


ସେୟାର କରନ୍ତୁ