ଓଡ଼ିଶାରେ ବାହାରିଲା ଚତୁର୍ଥ କରୋନା ସଂକ୍ରମଣ ରୋଗୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ଭଦ୍ରକରେ ହୋଇଥିଲା ବେଳେ ବୟସ 29 ବର୍ଷ ବୋଲି ଜଣାପଡିଛି । ଏହି ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି ।

ମହାମାରୀ କରୋନା ଭାଇରସରେ ଭାରତରେ ଦ୍ରୁତ ଗତିରେ ତାର ଗୋଡ଼କୁ ବଢ଼ାଇବାରେ ଲାଗିଛି । ଚିନ୍ତାର ବିଷୟ ଏହା କି ଦେଶରେ ଗୋଟିଏ ଦିନରେ ଦୁଇ ଶହରୁ ଅଧିକ ଲୋକ କୋଭିଡ୍‌-19 ଭୂତାଣରୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି । ଦେଶରେ କୋଭିଡ୍‌-19ରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 1600 ପାରହୋଇଯାଇଛି । ଏଥି ମଧ୍ୟରୁ ଏପର୍ଯ୍ୟନ୍ତ 35 ଲୋକଙ୍କର ମୃତ୍ୟୁ ହୋଇଯାଇଅଛି ଏବଂ 148 ଲୋକ ଠିକ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ କହିବା ଅନୁଯାୟୀ ଲୋକ ମାନେ ସହଯୋଗ କରୁ ନାହାନ୍ତି ଯଦ୍ୱାରା ଏଥିପାଇଁ ସଂଖ୍ୟା ବଢ଼ିବାରେ ଚାଲିଛି ।


ସେୟାର କରନ୍ତୁ