16 ବର୍ଷ ବୟସରେ ସୋନୁ ନିଗମ ମହାଭାରତରେ ଗାଇଥିଲେ ଟାଇଟଲ ଗୀତ, ଭାଇରଲ ହେଉଛି 31 ବର୍ଷର ପୁରୁଣା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କରୋନା ଭାଇରସ କାରଣରୁ ଯେଉଁଠି ସେଲିବ୍ରେଟି ମାନେ ନିଜ ଘରେ ବିତିଯାଇଥିବା ଅନୁଭବକୁ ମନେପକାଇ ତାଜା କରୁଛନ୍ତି,ସେଇଠି ଏମିତିରେ ମଧ୍ୟ ସୋସିଆଲ ମିଡ଼ିଆରେ ତାଙ୍କର ଥ୍ରୋବ୍ୟାକ ଫଟୋ ଏବଂ ଭିଡ଼ିଓ ମାନ ଖୁବ ତେଜିରେ ଭାଇରଲ ହେଉଅଛି । ଏହା ଭିତରେ ଏବେ ସିଂଗର ସୋନୁ ନିଗମଙ୍କର ମଧ୍ୟ ଏକ ବହୁତ ପୁରୁଣା ଏବଂ ଦିଲଜସପି ଭିଡ଼ିଓ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଅଛି ଯାହାକି ଖୁବ ତେଜିରେ ଭାଇରଲ ହେଉଅଛି । ଭାଇରଲ ଭିଡ଼ିଓକୁ ନିଜେ ସୋନୁ ନିଗମ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

ଭିଡ଼ିଓ ପାଖାପୂଖି 31 ବର୍ଷ ପୁରୁଣା କୁହାଯାଉଅଛି ଏବଂ 16 ବର୍ଷର ସୋନୁ ନିଗମ ଏହି ଭିଡ଼ିଓରେ ସମସ୍ତଙ୍କୁ ନିଜର ମଧୁର ସ୍ୱରରେ ମୋହିତ କରୁଥିବାର ଦେଖାଯାଉଛନ୍ତି । ଭିଡ଼ିଓର କଥା କହିବା ତ ଏହା ବର୍ଷ 1989ର ଅଟେ ଏବଂ ଏଥିରେ ସୋନୁ ଆଧାର ଶୀଳା ଆୱାର୍ଡ ଫଙ୍କସନରେ ମହାଭାରତର ଟାଇଟଲ ଟ୍ରାକ ଗାଉଅଛନ୍ତି । 16 ବର୍ଷର ସୋନୁ ନିଗମଙ୍କ ମହାଭାରତର ଟାଇଟଲ ଟ୍ରାକ ଗାଉଥିବାର ଦେଖି କେହି ମଧ୍ୟ ଇମ୍ପ୍ରେସ ହେଉଥିଲେ ।

ଏହି ଭିଡିଓକୁ ସେୟାର କରି ସୋନୁ ନିଗମ ଲେଖିଲେ ତାଲକଟୋରା ଇନ୍ଦୋର ଷ୍ଟେଡିୟମରେ ଗାଇଥିବା ପୁରୁଣା ଭିଡ଼ିଓ । ଯେଉଁଠି ମୁଁ ମହାଭାରତର ଗୀତ ଗାଇଥିଲି । ଯାହାକୁ ପୁରା ଭାବରେ ସେ ମନେପକାଇଥିଲେ । ସେହି ସମୟରେ ତାଙ୍କ ପାଖରେ ୟୁଟ୍ୟୁବ ଭଳି କିଛି ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ନଥିଲା ।

ଆପଣଙ୍କୁ କହି ଦେବାକି ପୂର୍ବରୁ କିଛି ସମୟରେ ସୋନୁ ନିଗମ ନିଜର ସ୍ୱର ସାଥ-ସାଥ ବିବାଦିତ ବୟାନକୁ ନେଇକରି ଚର୍ଚାକୁ ଆସିଯାଇଥିଲେ । ଜାନକାରୀ ପାଇଁ ଆପଣଙ୍କୁ କହି ଦେବା କି ସୋନୁ ନିଗମ ଏହି ସମୟରେ ଦୁବାଇରେ ଫସିରହିଛନ୍ତି ।

ପୂର୍ବ ଦିନମାନଙ୍କରେ ସେ ନିଜେ ଏହି କଥାର ଜାନକାରୀ ଦେଇଥିଲେ । ସୋନୁ କହିଥିଲେ କି ସେ ଯଦି ଭାରତ ଆସନ୍ତି ତେବେ ସେ ନିଜର ପରିବାର ଏବଂ ପିତାଙ୍କୁ ଖତରେରେ ଡ଼ାଲିବେ,ଏଥିପାଇଁ ସେ ଏବେ ଭାରତ ଆସିବା ପାଇଁ ଚିନ୍ତା କରୁନାହାନ୍ତି ।


ସେୟାର କରନ୍ତୁ