ମଦକୁ ହୋମ ଡେ଼ଲିଭରି କରିବାକୁ ଅନୁମତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଲକଡାଉନ ସମୟରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏଣିକି ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-2017ରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ ।

ଭାରତରେ ତିଆରି ବିଦେଶୀ ମଦ ଏବଂ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଞ୍ଚାଯିବ । କଣ୍ଟେନମେଣ୍ଟ୍ ଜୋନ୍ ଓ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛି । କେବଳ ସେତିକି ନୁହେଁ, ଲାଇସେନ୍ସପ୍ରାପ୍ତ ଦୋକାନୀ ସେମାନଙ୍କ କାଉଣ୍ଟର କିମ୍ବା ଦୋକାନ ପରିସରରେ କୌଣସି ପ୍ରକାରର ମଦ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି । ତେବେ ଏଥିଲାଗି ଗ୍ରାହକଙ୍କୁ ଅନଲାଇନରେ ଅର୍ଡର କରିବାକୁ ପଡ଼ିବ ଏବଂ ଏଥିଲାଗି ଡିଜିଟାଲ୍ ପେମେଣ୍ଟ କରିବାକୁ ହେବ ।

ତେବେ ସମସ୍ତ ପ୍ରକାର ମଦର ଦର 50 ପ୍ରତିଶତ ବୃଦ୍ଧି ହୋଇଛି । ସ୍ପେଶାଲ କୋଭିଡ ଫି ଲଗାଇ ମଦର ଦର ବଢାଇଛନ୍ତି ରାଜ୍ୟ ସରକାର । ମଦରୁ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ ।


ସେୟାର କରନ୍ତୁ