ରାଜ୍ୟରେ ସୁସ୍ଥ ହେଲେ 84 ଜଣ କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଅଛି । ଏହା ଭିତରେ ରାଜ୍ୟ ପାଇଁ ଖୁସି ଖବର ମଧ୍ୟ ଆସିଅଛି । ଆଜି ରାଜ୍ୟରେ 84 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ହେବା ମୋଟ ସଂଖ୍ୟା 733 ଜଣରେ ପହଞ୍ଚିଛି । ଆଜି ରାଜ୍ୟରେ ଏହି 84ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ସୁସ୍ଥ ହୋଇଥିବା 84ଜଣ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 24ଜଣ, ଯାଜପୁରରୁ 18ଜଣ, ବାଲେଶ୍ୱରରୁ 11ଜଣ, କଟକରୁ 7ଜଣ, ଭଦ୍ରକ 6ଜଣ, କେନ୍ଦ୍ରାପଡ଼ାରୁ 5ଜଣ, ଖୋର୍ଦ୍ଧାରୁ 4ଜଣ, ପୁରୀରୁ 4ଜଣ, ନୟାଗଡ଼ରୁ 2ଜଣ, ମୟୁରଭଞ୍ଜରୁ 2ଜଣ ଓ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ