ଯୁବଶକ୍ତି ସମର୍ପିତ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ରିପୁରଞ୍ଜନ ବିଶ୍ୱାଳ

ପରଜଙ୍ଗ : ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ କୁଟୁରିଆ ଗ୍ରାମ ପଞ୍ଚାୟତର ଶକ୍ତି ପୀଠ ମା ବିଲେଇଶୁଣି ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆମ ଐତିହ୍ୟ, ଆମ ମନ୍ଦିର ମାଳିନୀ, ଆମ ସଂକୃତି, ଆମ ପରମ୍ପରା ଏବଂ ଆମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଆମେ ସମସ୍ତେ ହାତକୁ ହାତ ମିଶେଇ ବୃକ୍ଷ ରୋପଣ କରିବା ନିହାତି ଜରୁରୀ l ଏହା ଦ୍ୱାରା ଆମ ମନ୍ଦିର ମାଳିନୀ ପରିବେଶ ସବୁଜ ସୁନ୍ଦର ହେବା ସହ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆହୁରି ଆକୃଷ୍ଟ କରିପାରିବ l

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ମା ବିଲେଇଶୁଣି ଶକ୍ତି ପୀଠ ଓଡ଼ିଶାର ଅନ୍ୟ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ l ଏଠି ମାଙ୍କ ପାଖରେ ମାନସିକ ବ୍ରତ ରଖାଯାଇଥାଏ l ଦୈନଦିନ ଓଡିଶା ତଥା ଓଡିଶା ବାହାରୁ ମାନସିକ ରଖି ବହୁତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆକୃଷ୍ଟ ହୋଇ ଆସିଥାନ୍ତି l ଆଜିର ଦିନରେ ଓଡ଼ିଶାର ଅନ୍ୟ କେତେକ ଶକ୍ତି ପୀଠମାନ ଓଡିଶାର ପର୍ଯ୍ୟଟନ ସ୍ଥଳରେ ସ୍ଥାନ ପାଇ ଥିବାବେଳେ ଏହି ଜିଲ୍ଲାର ବିଲେଇଶୁଣି ଶକ୍ତି ପୀଠ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇ ପାରି ନାହିଁ l

ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ କହିବା ଅନୁଯାୟୀ, ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ମାନ୍ୟବର ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗକୁ ନିବେଦନ ବିଲେଇଶୁଣି ଶକ୍ତି ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଜିଲ୍ଲାବାସୀଙ୍କର ଭକ୍ତିଭାବ ଓ ବହୁଦିନ ଧରି ରହିଥିବା ଦାବିକୁ ପୂରଣ କରନ୍ତୁ l ଏହା ହେଲେ ମା ବିଲେଇଶୁଣିଙ୍କ ଶକ୍ତି ପୀଠକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ଆସିବ ଯାହା ଫଳରେ ନବ ନିର୍ମାଣ ମନ୍ଦିର ହେବା ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ, ମନ୍ଦିର ସାମଗ୍ରିକ ବିକାଶ ହୋଇ ପାରିବ l

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଯୁବଶକ୍ତିର ଲିଟୁ ମାଝୀ, ରଞ୍ଜିତ ସାହୁ, ଶ୍ରୀଧର ନାୟକ, ମନୋଜ ବେହେରା ଓ ମନ୍ଦିର ପୂଜକ ଉପସ୍ଥିତ ରହିଥିଲେ l


ସେୟାର କରନ୍ତୁ