ସନମାନ ଖାନ ସୋନମ କପୁରଙ୍କ ଓଢ଼ଣୀରେ ପୋଛିଲେ ପସୀନା,ତୋ ଏକ୍ଟ୍ରସ ଏମିତି ଦେଲେ ରିଏକ୍ସନ- ଦେଖନ୍ତୁ ଥ୍ରୋବ୍ୟାକ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସୁପରଷ୍ଟାର ସଲମାନ୍ ଖାନ ଏବେ କରୋନା ଭାଇରସ ଲକଡାଉନରେ ପନଓ୍ବେଲ୍ ସ୍ଥିତ ନିଜର ଫାର୍ମ ହାଉସରେ ଫସି ରହିଛନ୍ତି, କିନ୍ତୁ ଏହା ବାଵଜୂଦ ସେ କେବେ ନିଜର ଗୀତ ପାଇଁ ତ କେବେ ଗରିବଙ୍କୁ ସାହାଯ୍ୟ ନେଇ ଚର୍ଚାରେ ରହିଛନ୍ତି । ଏହା ଭିତରେ ସଲମାନ ଖାନଙ୍କ ଏକ ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଜମକର ଭାଇରଲ ହେଉଅଛି । ଏହି ଭିଡିଓ ତାଙ୍କର ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ର ରିଲିଜ ଭିତରର ଅଟେ । ଭିଡିଓରେ ସଲମାନ ଖାନ ସୋନମ୍ କପୁରଙ୍କ ଓଢ଼ଣୀରେ ପସୀନା ପୋଛୁ ଥିବାର ନଜରରେ ଆସୁଛନ୍ତି ।

View this post on Instagram

😜😜

A post shared by Bollywood 1M💙 (@lnbollywood) on

ଭିଡିଓରେ ସଲମାନ୍,ସୋନମଙ୍କ ଓଢ଼ଣିରେ ନିଜର ଝାଳ ପୋଛୁଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ସଲମାନ ଗରମରେ ଅତିଷ୍ଠ ହୋଇଯାଉଛନ୍ତି । ସେତେବେଳେ ସେ ପାଖରେ ଛିଡ଼ା ହୋଇଥିବା ସୋନମଙ୍କ ଓଢ଼ଣୀ ହାତରେ ନେଇ ନିଜ ମୁଣ୍ଡର ଝାଳ ପୋଛିବାକୁ ଲାଗୁଛନ୍ତି । କିନ୍ତୁ ସୋନମଙ୍କ ଏକ୍ସପ୍ରେସନରୁ ପରିଷ୍କାର ଦେଖାଯାଉଛି ଯେ ସେ ସଲମାନଙ୍କ ଏଭଳି ଆଚରଣରେ ଖୁସି ନାହାନ୍ତି କିନ୍ତୁ ସେହି ସମୟରେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । କହିଦେବାକି ‘ପ୍ରେମ ରତନ ଧନ ପାୟୋ’ ରେ ସଲମାନ ଏବଂ ସୋନମଙ୍କ ବ୍ୟତୀତ ନିଲ ନିତିନ ମୁକେଶ, ସ୍ବରା ଭାସ୍କର ଏବଂ ଅରମାନ କୋହଲି ଭଳି କଳାକାର କାମ କରିଥିଲେ ।

ସୋନମ କପୁରଙ୍କ ଵର୍କଫ୍ରଣ୍ଟର କଥା କହିବାତ ସେ ଶେଷ ଥର ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ସାଥିରେ ଆକ୍ଟର ଦୁଲକର ସଲମାନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ଏକ୍ଟ୍ରସଙ୍କ ଏହି ଫିଲ୍ମ ପୁରା ତରହ ଲକ ଉପରେ ଆଧାରିତ ଥିଲା ।


ସେୟାର କରନ୍ତୁ