ରାଜ୍ୟରେ 146 କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 4055

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଜୀବନ ନେଉଥିବା କରୋନାର ପ୍ରଭାଵ ଦିନକୁ ଦିନ ବଢ଼ିବାରେ ଲାଗିଅଛି । ଆଜି ରାଜ୍ୟରେ 146ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4055କୁ ବୃଦ୍ଧି ପାଇଛି । ତେବେ ଏହି 146ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 18ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ 128ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଦର୍ଶାଯାଇଅଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଏହି ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ସର୍ବାଧିକ 48, ଖୋର୍ଦ୍ଧା ଜିଲ୍ଲାରୁ 7, ନୟାଗଡ ଜିଲ୍ଲାରୁ 4, ଝାରସୁଗୁଡ଼ା ଜିଲ୍ଲାରୁ 1, ରାୟଗଡ଼ା ଜିଲ୍ଲାରୁ 5, କଟକ ଜିଲ୍ଲାରୁ 19, ଜଗତସିଂହପୁର ଜିଲ୍ଲାରୁ 4, ବାଲେଶ୍ୱର ଜିଲ୍ଲାରୁ 8, ଢେଙ୍କାନାଳ ଜିଲ୍ଲାରୁ 1, ଅନୁଗୁଳ ଜିଲ୍ଲାରୁ 6, ଗଞ୍ଜାମ ଜିଲ୍ଲାରୁ 8, ସୁବର୍ଣ୍ଣପୁର ଜିଲ୍ଲାରୁ 2, ଭଦ୍ରକ ଜିଲ୍ଲାରୁ 19, ସମ୍ୱଲପୁର ଜିଲ୍ଲାରୁ 1, ସୁନ୍ଦରଗଡ଼ ଜିଲ୍ଲାରୁ 4ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର 9 କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍‌ର ଡ୍ୟୁଟି ସାରି ଫେରିଥିଲେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ 4055 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ 1333ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ 2708 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 11 ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ 3ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ