ରାଜ୍ୟରେ ସୁସ୍ଥ ହେଲେ 146 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 2854

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 146 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ବର୍ତମାନ କରୋନା ସୁସ୍ଥ ସଂଖ୍ୟା 2854ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ 146ଜଣଙ୍କ ମଧ୍ୟରେ କଟକରୁ 26ଜଣ, ଖୋର୍ଦ୍ଧାରୁ 23ଜଣ, ଗଞ୍ଜାମରୁ 18ଜଣ, ମୟୂରଭଞ୍ଜରୁ 13ଜଣ, ଗଜପତିରୁ 12ଜଣ, ଭଦ୍ରକରୁ 11ଜଣ, ବଲାଙ୍ଗୀରରୁ 11ଜଣ, କନ୍ଧମାଳ, କୋରାପୁଟ ଓ ରାୟଗଡାରୁ 5ଜଣ ଲେଖାଏଁ ଏବଂ କଳାହାଣ୍ଡିରୁ 4ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ଯାଜପୁର ଓ ନୟାଗଡରୁ 3ଜଣ ଲେଖାଏଁ ଏବଂ ଢେଙ୍କାନାଳ, ନୂଆପଡା ଓ ପୁରୀରୁ 2ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରରୁ ଜଣେ ସୁସ୍ଥ ହୋଇଥିବା ଦର୍ଶାଯାଇଅଛି ।


ସେୟାର କରନ୍ତୁ