ରାଜ୍ୟରେ ସୁସ୍ଥ ହେଲେ 808 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 15,200

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 808 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 15,200ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 808 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 530 ଜଣ, ରାୟଗଡ଼ା ଜିଲ୍ଲାରୁ 61 ଜଣ, କଟକ ଜିଲ୍ଲାରୁ 35 ଜଣ, ମାଲକାନଗିରି ଜିଲ୍ଲାରୁ 30 ଜଣ, ଗଜପତି ଜିଲ୍ଲାରୁ 22 ଜଣ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ 19 ଜଣ ଲେଖାଏଁ, ବରଗଡ଼ 18 ଜଣ, ଭଦ୍ରକ ଜିଲ୍ଲାରୁ 18 ଜଣ, ବୌଦ୍ଧ ଜିଲ୍ଲାରୁ 8 ଜଣ, ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ 7 ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ 5 ଜଣ, ନବରଙ୍ଗପୁର ଜିଲ୍ଲାରୁ 4 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 3 ଜଣ, ଅନୁଗୁଳ, ଯାଜପୁର ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଏବଂ କୋରାପୁଟ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ