ରାଜ୍ୟରେ 179 କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 4856

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଜୀବନ ନେଉଥିବା କରୋନା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 179ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4856କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 150 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 29ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

ତେବେ ଏହି ନୂତନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 57 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 27 ଜଣ, କେନ୍ଦୁଝର ଜିଲ୍ଲାରୁ 18 ଜଣ, କଟକ ଜିଲ୍ଲାରୁ 15 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 10ଜଣ, ଅନୁଗୋଳ ଜିଲ୍ଲାରୁ 6 ଜଣ, ଭଦ୍ରକ ଜିଲ୍ଲାରୁ 5 ଜଣ, ରାୟଗଡ଼ା ଜିଲ୍ଲାରୁ 5 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 5 ଜଣ, ଜଗତସିଂହପୁର ଜିଲ୍ଲାରୁ 4 ଜଣ, ଯାଜପୁର ଜିଲ୍ଲାରୁ 3 ଜଣ, ବରଗଡ ଜିଲ୍ଲାରୁ 2 ଜଣ, ମାଲକାନଗିରି ଜିଲ୍ଲାରୁ 2 ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ ଏବଂ ଦେବଗଡ ଜିଲ୍ଲାରୁ ଜଣେ ରହିଥିବା ଜଣାପଡିଛି । ସେହିପରି ପଶ୍ଚିମବଙ୍ଗରୁ ଅମ୍ଫନ ଡିୟୁଟି ସାରି ଫେରିଥିବା ଉଦ୍ଧାର କାରି ଦଳଙ୍କ ଭିତରୁ 18 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।


ସେୟାର କରନ୍ତୁ