Coronavirus: ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା ସାଢେ 14 ହଜାରରୁ ବେଶି ମାମଲା, 375 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ତିନି ଲକ୍ଷ 95 ହଜାର ପାର ହୋଇଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ 3 ଲକ୍ଷ 95 ହଜାର 48 ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥି ମଧ୍ୟରୁ 12948 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ ଦୁଇ ଲକ୍ଷ 13 ହଜାର 830 ଲୋକ ଠିକ ମଧ୍ୟ ହୋଇଛନ୍ତି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସରେ ସର୍ବାଧିକ 14 ହଜାର 516 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 375 ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଅଛି ।

ତେବେ କରୋନା ସଂକ୍ରମିତ ସଂଖ୍ୟାର ହିସାବରେ ଭାରତ ଶୁକ୍ରବାର ବ୍ରିଟେନକୁ ପଛକୁ ଦେଇ ଦୁନିଆର ଚତୁର୍ଥ ସବୁଠାରୁ ପ୍ରଭାବିତ ଦେଶ ଵନିଯାଇଛି । ଆମେରିକା, ବ୍ରାଜିଲ ଓ ରୁଷ ପରେ ଭାରତ କରୋନା ଭାଇରସ ସଂକ୍ରମଣରେ ସର୍ଭଧିକ ପ୍ରଭାବିତ ଦେଶମାନଙ୍କ ସୂଚୀରେ ଚତୁର୍ଥ ସ୍ଥାନକୁ ଆସିଯାଇଅଛି । ଭାରତ ଠାରୁ ଅଧିକ ମାମଲା ଆମେରିକା (2,296,809), ବ୍ରାଜିଲ (1,038,568), ରୁଷ (569,063)ରେ ଅଛି ।


ସେୟାର କରନ୍ତୁ