ରାଜ୍ୟରେ ସୁସ୍ଥ ହେଲେ 388 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 8360

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 388 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 8360ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 388 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 187 ଜଣ, ଖୋର୍ଦ୍ଧାରୁ 37, କେନ୍ଦୁଝରରୁ 31, ଯାଜପୁରରୁ 27, କଟକରୁ 26, ନୟାଗଡରୁ 18, ପୁରୀରୁ 16, ସମ୍ବଲପୁରରୁ 14, ବାଲେଶ୍ଵରରୁ 11 ଜଣ, ଅନୁଗୁଳରୁ 8, କେନ୍ଦ୍ରାପଡାରୁ 6, ଗଜପତି ଓ ଝାରସୁଗୁଡାରୁ ଦୁଇ ଜଣ ଲେଖାଏଁ ଏବଂ ବରଗଡ, ଭଦ୍ରକ ଓ ଦେବଗଡରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ