ରାଜ୍ୟରେ ପୁଣି ରେକର୍ଡ଼ ସଂଖ୍ୟକ 1264 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 21099କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1264 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 21,099କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1074 ଜଣଙ୍କ ମଧ୍ୟରୁ 847 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 417 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1264 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରେ 7, ବାଲେଶ୍ୱରରେ 9, ବରଗଡ଼ରେ 24, ଭଦ୍ରକରେ 30, ବଲାଙ୍ଗୀରରେ 1, ବୌଦ୍ଧରେ 2, କଟକରେ 47, ଢେଙ୍କାନାଳରେ 6, ଗଜପତିରେ 74, ଗଞ୍ଜାମରେ 540, ଜଗତସିଂହପୁରରେ 4, ଯାଜପୁରରେ 17, ଝାରସୁଗୁଡ଼ାରେ 3, କଳାହାଣ୍ଡିରେ 7, କନ୍ଧମାଳରେ 29, କେନ୍ଦ୍ରାପଡ଼ାରେ 8, କେନ୍ଦୁଝରରେ 25, ଖୋର୍ଦ୍ଧାରେ 137, କୋରାପୁଟରେ 27, ମୟୂରଭଞ୍ଜରେ 15, ନବରଙ୍ଗପୁରରେ 4, ନୟାଗଡ଼ରେ 61, ନୂଆପଡ଼ାରେ 1, ପୁରୀରେ 22, ରାୟଗଡ଼ାରେ 84, ସମ୍ବଲପୁରରେ 20 ଏବଂ ସୁନ୍ଦରଗଡ଼ରେ 60 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 21099 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 7205ଟି ଆକ୍ଟିଭ କେସ୍ ରହିଅଛି ଏବଂ 13749 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ