ନୋରା ଫତେହି ‘ଗର୍ମୀ’ ଗୀତରେ ଦେଖାଇଲେ ନିଜର ଅଭିନୟ, ଭିଡ଼ିଓରେ ବେଲି ଡ଼୍ୟାନ୍ସ କରୁଥିବାର ଆସୁଛନ୍ତି ନଜର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ମଶହୂର ଅଭିନେତ୍ରୀ ନୋରା ଫତେହି (Nora Fatehi) ନିଜର ଡ଼୍ୟାନ୍ସ ଏବଂ ଜବରଦସ୍ତ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା । ନୋରା ଫତେହିଙ୍କ ଡ଼୍ୟାନ୍ସ ସବୁବେଳେ ଫିଲ୍ମ ସହିତ ସୋସିଆଲ ମିଡିଆରେ ଧମାଲ ମଚେଇ ଥାଏ । ସୋସିଆଲ ମିଡିଆରେ ଅଭିନେତ୍ରୀ ନୋରା ଫତେହି ମଧ୍ୟ ବହୁତ ସକ୍ରିୟ ଅଟନ୍ତି । ନିକଟରେ ନୋରା ଫତେହି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନୋରା ଫତେହି ‘ଗର୍ମୀ’ ଗୀତ’ରେ ଏକ ଧମାକାଦାର ଅନ୍ଦାଜରେ ବେଲି ଡ଼୍ୟାନ୍ସ କରୁଥିବା ନଜରରେ ଆସିଛନ୍ତି ।

ଭିଡିଓରେ, ନୋରା ଫତେହି (Nora Fatehi) ଟିକଟକ (TikTok) ଷ୍ଟାର ଆୱେଜ ଦର୍ବାରଙ୍କ (Awez Darbar) ସହ ଜ୍ୱଳନ୍ତ ଡ଼୍ୟାନ୍ସ କରୁଥିବା ନଜରରେ ଆସିଛନ୍ତି । ତେବେ ଖାସ କଥା ହେଉଛି କି ଭିଡିଓରେ ସ୍ପେସିଆଲ ଇଫେକ୍ଟସ ଅଭିନେତ୍ରୀଙ୍କ ଡ୍ୟାନ୍ସରେ ଚାରି ଚାନ୍ଦ ଲଗାଉଛି । ନୋରା ଫତେହିଙ୍କ ଏହି ଡ୍ୟାନ୍ସ ଭିଡିଓ ଉପରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ନିକଟରେ ଅଭିନେତ୍ରୀଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ନୋରା ‘ଓ ସାକି ସାକି’ ଗୀତରେ ନୃତ୍ୟ ପ୍ରାଟୀସ କରୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଭିଡିଓଟି ଖୁବ ଚର୍ଚାରେ ରହିଥିଲା ​​।

ୱାର୍କଫ୍ରଣ୍ଟର କଥା କହିବାତ ନୋରା ଫତେହି (Nora Fatehi) ନିକଟରେ ବଲିଉଡ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଏହି ଫିଲ୍ମ ତାଙ୍କର ‘ଗାର୍ମି ଗୀତ’ ରିଲିଜ୍ ପୂର୍ବରୁ ଧମାଲ ମଚାକର ରଖିଦେଇଥିଲା । ତେବେ ଏଥିସହିତ ଏବେ ଅଭିନେତ୍ରୀ ନୋରା ଫତେହି ଅଜୟ ଦେବଗନଙ୍କ ସହ ଫିଲ୍ମ ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିବେ । ଏହି ଫିଲ୍ମରେ ମଧ୍ୟ ଅଭିନେତ୍ରୀ ନିଜ ଡ଼୍ୟାନ୍ସରେ ମଧ୍ୟ ଧମାଲ ମଚାଇବାକୁ ଯାଉଛନ୍ତି । ଏହା ବ୍ୟତୀତ ନୋରା ଫତେହି ଦିଲବର, ସାକି ସାକି ଏବଂ କମରିଆ ଭଳି ସ୍ୱତନ୍ତ୍ର ଗୀତରେ ଧମାଲ ମଚେଇ ଅଛନ୍ତି । ବଲିଉଡ ବ୍ୟତୀତ ଏହି ଅଭିନେତ୍ରୀ ବିଗ୍ ବସ୍ ପରି ରିଆଲିଟି ସୋ’ରେ ମଧ୍ୟ ହାତ ଦେଇ ଥିଲେ ଏବଂ ଖୁବ ପ୍ରଂଶସା ମଧ୍ୟ ପାଇଥିଲେ ।


ସେୟାର କରନ୍ତୁ