ବାହୁବଳୀ ଅଭିନେତ୍ରୀ ଝରଣାରେ ଏମିତି ଶୋଇ ଭିଜୁଥିବାର ଆସୁଛନ୍ତି ନଜର, କହିଲେ – ପ୍ରକୃତି ଆଗରେ ଆତ୍ମସମର୍ପଣ … ଦେଖନ୍ତୁ Photo

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବାହୁବଳୀରେ (Baahubali) ଅବନ୍ତିକା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ତମନ୍ନା (Tamannaah) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେଉଛି । ଏହି ଫଟୋରେ ତମନ୍ନା ଝରଣାର ପ୍ରଖର ପ୍ରବାହିତ ଜଳରେ ବସିକି ଶୋଇ ଭିଜିକରି ଏହାକୁ ଉପଭୋଗ କରୁଥିବାର ନଜରରେ ଆସୁଛନ୍ତି । ତମନ୍ନାଙ୍କ ଏହି ଫଟୋ ତିନି ଲକ୍ଷରୁ ଅଧିକ ଥର ଦେଖାଯାଇଛି । ତମନ୍ନା ଏହି ଫଟୋକୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ (World Nature Conservation Day) ଅବସରରେ ସେୟାର କରିଥିଲେ ଏବଂ ପ୍ରକୃତି ସହିତ ସମନ୍ୱୟ ବିଷୟରେ ମଧ୍ୟ କହିଥିଲେ ।

ତମନ୍ନା (Tamannaah) ଏହି ଝରଣାର ଜଳ ସହିତ ଓଠକୁ ଖୋଲି ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ହଠାତ୍ ମଣିଷ ସେହି ଠିକଣାକୁ ଖୋଜି ଘୁରି ବୁଲୁଛି, ଯେଉଁଠି ଏପର୍ଯ୍ୟନ୍ତ ମଣିଷ ପହଞ୍ଚି ପାରିନାହିଁ । ଏକ ଏମିତି ଦୁନିଆ ଯେଉଁଠାରେ କୌଣସି ୱାଇଫାଇ ନଥିବ କିନ୍ତୁ ଏକ ଉତ୍ତମ ସଂଯୋଗ ଥିବ । ପ୍ରକୃତିର ସାଥିରେ ବନ୍ଧୁତ୍ୱ କରିବାରେ ଜଣେ ବହୁତ କିଛି ପାଇଥାଏ, ଯେଉଁଥିରେ ସବୁକିଛି ସ୍ୱାର୍ଥ ଠାରୁ ଉପରେ । ପ୍ରକୃତି ନିକଟରେ ଆତ୍ମସମର୍ପଣ କର ଏବଂ ପ୍ରତ୍ୟେକ ଆବଶ୍ୟକତା ପୂରଣ କର । ଏହି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସରେ ଆସ, ପ୍ରତିଜ୍ଞା କର ଯେ ଯେତିକି ଆମେ ନିଜକୁ ଯତ୍ନ ନେଉଛେ, ଆମେ ମଧ୍ୟ ପ୍ରକୃତିର ଯତ୍ନ ନେବା ।

ତମନ୍ନାଙ୍କ (Tamannaah) ଫିଲ୍ମ କଥା କହିବାତ ସେ ଖୁବ୍ ଶୀଘ୍ର ‘ବୋଲେ ଚିଡ଼ିଆ’ରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ତମନ୍ନା ନଜର ଆସିବେ । କହିବାକି ତମନ୍ନା ଏପର୍ଯ୍ୟନ୍ତ 3 ଟି ଭାଷାରେ 50 ରୁ ବେଶି ଫିଲ୍ମ କରିସାରିଲେଣି । ‘ବାହୁବଳୀ ସିରିଜ୍’ରେ ତାଙ୍କର ଅବନ୍ତିକା ଅବତାର ମଧ୍ୟ ଖୁବ ପସନ୍ଦ କରାଯାଇଥିଲା ।


ସେୟାର କରନ୍ତୁ