ରାଜ୍ୟରେ 1068 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 29175କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1068 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29,175କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1068 ଜଣଙ୍କ ମଧ୍ୟରୁ 662 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 406 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1068 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 20 ଜଣ, ବାଲେଶ୍ୱର ଜିଲ୍ଲାରୁ 29 ଜଣ, ବରଗଡ ଜିଲ୍ଲାରୁ 5 ଜଣ, ଭଦ୍ରକ ଜିଲ୍ଲାରୁ 4 ଜଣ, ବଲାଙ୍ଗୀର ଜିଲ୍ଲାରୁ 26 ଜଣ, କଟକ ଜିଲ୍ଲାରୁ 61ଜଣ, ଦେଓଗଡ ଜିଲ୍ଲାରୁ 2 ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ 88 ଜଣ, ଗଞ୍ଜାମ ଜିଲ୍ଲାରୁ 245 ଜଣ, ଜଗତସିଂହପୁର ଜିଲ୍ଲାରୁ 3 ଜଣ, ଯାଜପୁର ଜିଲ୍ଲାରୁ 12 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 12 ଜଣ, କଳାହାଣ୍ଡି ଜିଲ୍ଲାରୁ 19 ଜଣ, କନ୍ଧମାଳ ଜିଲ୍ଲାରୁ 11 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 8 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 194 ଜଣ, କୋରାପୁଟ ଜିଲ୍ଲାରୁ 66 ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ 20 ଜଣ, ନବରଙ୍ଗପୁର ଜିଲ୍ଲାରୁ 26 ଜଣ, ନୟାଗଡ ଜିଲ୍ଲାରୁ 29 ଜଣ, ନୂଆପଡ଼ା ଜିଲ୍ଲାରୁ 11 ଜଣ, ପୁରୀ ଜିଲ୍ଲାରୁ 16 ଜଣ, ରାୟଗଡ଼ା ଜିଲ୍ଲାରୁ 24 ଜଣ, ସମ୍ବଲପୁର ଜିଲ୍ଲାରୁ 21 ଜଣ, ସୋନପୁର ଜିଲ୍ଲାରୁ 2 ଜଣ, ସୁନ୍ଦରଗଡ ଜିଲ୍ଲାରୁ 112 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 29,175 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 10920ଟି ଆକ୍ଟିଭ କେସ୍ ରହିଅଛି ଏବଂ 18060 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ