ରାଜ୍ୟରେ 1434 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 34913କୁ ବୃଦ୍ଧି

Truthink ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ସେ ତାର କାୟା ବିସ୍ତାର କରିବାରେ ଲାଗିଅଛି । ରାଜ୍ୟରେ ପୁଣି 1434 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 34913କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1434 ଜଣଙ୍କ ମଧ୍ୟରୁ 889 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 545 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1434 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 9 ଜଣ, ବାଲେଶ୍ୱର ଜିଲ୍ଲାରୁ 12 ଜଣ, ବରଗଡ଼ ଜିଲ୍ଲାରୁ 5 ଜଣ, ଭଦ୍ରକ ଜିଲ୍ଲାରୁ 25 ଜଣ, ବୌଦ୍ଧ ଜିଲ୍ଲାରୁ 5 ଜଣ, କଟକ ଜିଲ୍ଲାରୁ 123 ଜଣ, ଦେଓଗଡ଼ ଜିଲ୍ଲାରୁ 2 ଜଣ, ଢେଙ୍କାନାଳ ଜିଲ୍ଲାରୁ 13 ଜଣ, ଗଜପତି ଜିଲ୍ଲାରୁ 91 ଜଣ, ଗଞ୍ଜାମ ଜିଲ୍ଲାରୁ 320 ଜଣ, ଜଗତସିଂହପୁର ଜିଲ୍ଲାରୁ 13 ଜଣ, ଯାଜପୁର ଜିଲ୍ଲାରୁ 57 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 6 ଜଣ, କଳାହାଣ୍ଡି ଜିଲ୍ଲାରୁ 18 ଜଣ, କନ୍ଧମାଳ ଜିଲ୍ଲାରୁ 44 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 22 ଜଣ, କେନ୍ଦୁଝର ଜିଲ୍ଲାରୁ 2 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 218 ଜଣ, କୋରାପୁଟ ଜିଲ୍ଲାରୁ 12 ଜଣ, ମାଲକାନଗିରି ଜିଲ୍ଲାରୁ 24 ଜଣ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନବରଙ୍ଗପୁର ଜିଲ୍ଲାରୁ 2 ଜଣ, ନୟାଗଡ଼ ଜିଲ୍ଲାରୁ 8 ଜଣ, ନୂଆପଡ଼ା ଜିଲ୍ଲାରୁ 7ଜଣ, ପୁରୀ ଜିଲ୍ଲାରୁ 65 ଜଣ, ରାୟଗଡ଼ା ଜିଲ୍ଲାରୁ 197 ଜଣ, ସମ୍ବଲପୁର ଜିଲ୍ଲାରୁ 51 ଜଣ, ସୋନପୁର ଜିଲ୍ଲାରୁ 6 ଜଣ, ସୁନ୍ଦରଗଡ଼଼ ଜିଲ୍ଲାରୁ 76 ଜଣ ଚି଼ହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 34913 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 13404ଟି ଆକ୍ଟିଭ କେସ୍ ରହିଅଛି ଏବଂ 21273 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ