Coronavirus: 24 ଘଣ୍ଟାରେ ଆସିଲା 67 ହଜାର ମାମଲା, 1059 ଲୋକଙ୍କର ମୃତ୍ୟୁ, ଏପର୍ଯ୍ୟନ୍ତ 32 ଲକ୍ଷରୁ ବେଶି ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଦେଶରେ ମୋଟ କରୋନା ସଂକ୍ରମଣର ସଂଖ୍ୟା 32 ଲକ୍ଷ ପାର ହୋଇଛି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାର 67,151 ନୂତନ ରୋଗୀ ଚି଼ହ୍ନଟ ହୋଇଛନ୍ତି ଏବଂ 1059 ଜଣଙ୍କର ମୃତ୍ୟୁ ହୋଇଅଛି । ଏହି କରୋନା ମାମଲା ପୂର୍ବ ଦିନରେ ଅନ୍ୟ ଦେଶ ତୁଳନାରେ ସର୍ବାଧିକ । ଆମେରିକା ଏବଂ ବ୍ରାଜିଲରେ ପୂର୍ବ ଦିନରେ ଯଥାକ୍ରମେ 40,098 ଏବଂ 46,959 ଟି ନୂଆ ମାମଲା ଆସିଅଛି । 22 ଅଗଷ୍ଟରେ ଭାରତରେ ରେକର୍ଡ଼ 69,878 କରୋନା ମାମଲା ଆସିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଏପର୍ଯ୍ୟନ୍ତ 32 ଲକ୍ଷ 34 ହଜାର 474 ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 59,449 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 7 ହଜାରକୁ ବୃଦ୍ଧି ପାଇଛି ଏବଂ 24 ଲକ୍ଷ 67 ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।

ଆକ୍ଟିଭ ମାମଲାରେ ଟପ 5 ରାଜ୍ୟ
ସଂଖ୍ୟା ମୁତାବକ ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି । ମହାରାଷ୍ଟ୍ରରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଶ୍ଚିମବଙ୍ଗରେ ପଞ୍ଚମ ସ୍ଥାନରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ ମାମଲା ରହିଛି । ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ମୁତାବକ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଭାରତ ସବୁଠାରୁ ବେଶି ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ