Coronavirus: ଦେଶରେ 83 ଲକ୍ଷ ପାଖାପାଖି କରୋନା ରୋଗୀ, 24 ଘଣ୍ଟାରେ 38 ହଜାର ନୂଆ ମାମଲା ସାମ୍ନାକୁ ଆସିଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାକୁ ହରାଇବା ପାଇଁ ଲଢେ଼ଇ ଜାରି ରହିଛି, ଏ ଲଢେ଼ଇର ଲକ୍ଷ ଯେପର୍ଯ୍ୟନ୍ତ ଏହା ପାଇଁ ଔଷଧ ଆସିନାହିଁ ସେ ପର୍ଯ୍ୟନ୍ତ ଢିଲା ନାହିଁ । ଭାରତରେ କରୋନା ଭାଇରସ ମହାମାରୀରେ ପୂର୍ବ 24 ଘଣ୍ଟା ମଧ୍ୟରେ 38 ହଜାର 310 ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 82 ଲକ୍ଷ 67 ହଜାର 623କୁ ବୃଦ୍ଧି ପାଇଛି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 490 ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଂଖ୍ୟା ମୁତାବକ, ବର୍ତ୍ତମାନ ଦେଶରେ ସମୁଦାୟ କରୋନା ମାମଲା 82 ଲକ୍ଷ 67 ହଜାର 623କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏକ ଲକ୍ଷ 23 ହଜାର 097 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ 76 ଲକ୍ଷ 03 ହଜାର 121 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ 5 ଲକ୍ଷ 41 ହଜାର 405 ଲୋକ ଚିକିତ୍ସିତ ହେଉଛନ୍ତି । ଗତକାଲି 58 ହଜାର 323 ଲୋକ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ