ଶାହାରୁଖ ଖାନ-କାଜୋଲଙ୍କ ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ ଥିଏଟର୍ସକୁ ହେବ ପ୍ରତ୍ୟାବର୍ତନ, ମରାଠା ମନ୍ଦିରରେ ପୁଣି ହେବ ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଏହି ବର୍ଷ ମାର୍ଚ୍ଚରେ କରୋନା ଭାଇରସ ଆସିଥିଲା, ଯାହା ପରେ ପ୍ରେକ୍ଷାଳୟ ବନ୍ଦ ହୋଇଯାଇଥିଲା । କୋଭିଡ -19 ପ୍ରକୋପ ଏପର୍ଯ୍ୟନ୍ତ ଜାରି ରହିଛି, କିନ୍ତୁ ଲୋକମାନେ ସତର୍କତା ଅବଲମ୍ବନ କରି ଏହା ସହ ରହିବାକୁ ଶିଖିଗଲେଣି । ଏହି ସମୟରେ ଦର୍ଶକଙ୍କୁ ମନୋରଞ୍ଜନ ଧ୍ୟାନ ରଖି କରି ପ୍ରେକ୍ଷାଳୟ ମଧ୍ୟ ଖୋଲାଯାଇଛି । ଏଭଳି ପରିସ୍ଥିତିରେ ଶାହରୁଖ ଖାନ ଏବଂ କାଜୋଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ତାଙ୍କର ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ (DDLJ) ପୁଣିଥରେ ମରାଠା ମନ୍ଦିରରେ ରିଲିଜ ହେବାକୁ ଯାଉଛି ।

ଫିଲ୍ମ ଟ୍ରେଣ୍ଡ ଏନାଲିଷ୍ଟ ତରନ୍ ଆଦର୍ଶ ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ DDLJ ପ୍ରେକ୍ଷାଳୟକୁ ଫେରିଛି । ମହାରାଷ୍ଟ୍ରରେ ପ୍ରେକ୍ଷାଳୟ ଖୋଲିଛି । ଏଭଳି ପରିସ୍ଥିତିରେ ଆଦିତ୍ୟ ଚୋପ୍ରାଙ୍କ ଆଇକନିକ ଫିଲ୍ମ DDLJ ଆଜିଠାରୁ ମୁମ୍ବାଇର ମରାଠା ମନ୍ଦିରରେ ପୁଣି ପ୍ରଦର୍ଶିତ ହେବ । ଏଥିରେ ଶାହରୁଖ ଖାନ ଏବଂ କାଜୋଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ହିନ୍ଦୀ ସିନେମାର ସବୁଠାରୁ ବେଶି ଚାଲିଥିବା ଫିଲ୍ମ ତଥା ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ ।

ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅକ୍ଟୋବର 20, 1995 ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଶାହରୁଖ ଏବଂ କାଜୋଲଙ୍କ ବ୍ୟତୀତ ମନ୍ଦିରା ବେଦୀ, ଅନୁପମ ଖେର, ଅମ୍ରିଶ ପୁରୀ, ଫରିଦା ଜଲାଲ, ପାରମିତ ସେଠୀ ଅଭିନୟ କରିଥିଲେ ।

ଏହି ଫିଲ୍ମରେ ରାଜ (ଶାହାରୁଖ ଖାନଙ୍କ ଅଭିନୟ କରିଛନ୍ତି ) ଏବଂ ସିମରନ (କାଜୋଲ) ଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଅଛି । ଏହି ଫିଲ୍ମଟି ବିଦେଶରେ ଅବସ୍ଥାପିତ ଏକ ଭାରତୀୟ ପରିବାର ଉପରେ ହୋଇଥିଲା । ରୋମାଣ୍ଟିକ୍ ଫିଲ୍ମ ଭାବରେ DDLG ର ସ୍ମୃତି ଆଜି ମଧ୍ୟ ଦର୍ଶକଙ୍କ ମନରେ ସତେଜ ।


ସେୟାର କରନ୍ତୁ