ଯେବେ ସୁଶାନ୍ତଙ୍କ ବ୍ୟାଟିଂକୁ ଦେଖି ସଚିନ ମଧ୍ୟ ହୋଇଥିଲେ ଚକିତ, କହିଥିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ଏବେ ନିଜର ଫିଲ୍ମ ସାହାରେ ହିଁ ଫ୍ୟାନ୍ସଙ୍କ ହୃଦୟରେ ବଂଚି ରହିବେ । ସୁଶାନ୍ତ ନିଜର ପ୍ରଥମ ଫିଲ୍ମ ‘କାଇ ପୋ ଚେ’ରୁ ଭଲ ଡେବ୍ୟୁ କରିଥିଲେ କିନ୍ତୁ ଟିମ ଇଣ୍ଡିଆର କରିସ୍ମାଇ ଖିଲାଡ଼ି ଏମ ଏସ ଧୋନିଙ୍କ ବାୟୋପିକ ଜରିଆରେ ସେ ସବୁଠାରୁ ବେଶି ଚର୍ଚାରେ ରହିଥିଲେ । ଫିଲ୍ମ ‘ଏମ ଏସ ଧୋନି : ଦ ଅନଟୋଲଡ଼ ଷ୍ଟୋରି’ ସାଥିରେ ପୂର୍ବ ଭାରତୀୟ କ୍ରୀକେଟିୟର କିରଣ ମୋରେ ଯୋଡି ଥିଲେ । ସେ ଏହି ଫିଲ୍ମ ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଟ୍ରେଣ୍ଡ କରିଥିଲେ । ସେ ଏହି ଫିଲ୍ମର କ୍ରିକେଟ କନ୍ସଲେଟ ଥିଲେ । ସେ କିଛି ମାସ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ଧୋନିଙ୍କ ବ୍ୟାଟିଂ ଏବଂ ୱେକେଟ କ୍ୱିପିଙ୍ଗର ବାରି ବୁଝାଇଥିଲେ ।

ଇଣ୍ଡିଆନ ଏକ୍ସପ୍ରେସ ସାଥିରେ କଥାବାର୍ତ୍ତାରେ ମୋରେ ଏହା କହିଥିଲେ କି ସୁଶାନ୍ତଙ୍କ ବ୍ୟାଟିଂ ଦେଖିକରି ସଚିନ ତେନ୍ଦୁଲକର ମଧ୍ୟ ଚକିତ ହୋଇଥିଲେ । ସେ କହିଥିଲେ କି “ସୁଶାନ୍ତ ଧୋନିଙ୍କ ବାୟୋପିକର ପ୍ରସ୍ତୁତିରେ ଲାଗିଥିଲେ ଏବଂ ଡ଼ାଇରେକ୍ଟର ନିରଜ ଓ ପ୍ରଡ୍ୟୁସର ଅରୁଣ ମୋତେ ସୁଶାନ୍ତଙ୍କ ବ୍ୟାଟିଂ ଏବଂ ୱେକେଟ କ୍ୱିପିଙ୍ଗ ଶିଖାଇବାକୁ କହିଥିଲେ । କିଛି ସପ୍ତାହ ପରେ ଠାରେ ସେ ବାନ୍ଦ୍ରାର ଟ୍ରେନିଂ ଗ୍ରାଉଣ୍ଡରେ ଧୋନିଙ୍କ ପ୍ରସିଦ୍ଧ ହେଲିକ୍ୟାପ୍ଟର ସଟର ପ୍ରାଟୀସ କରୁଥିଲେ, ସେ ସମୟରେ ତେନ୍ଦୁଲକର ସେଠାକୁ ଆସିଥିଲେ ।”

ସେ ଆଗକୁ କହିଲେ କି, ‘ତେନ୍ଦୁଲକର ଗ୍ୟାଲେରୀରେ ଦେଖୁଥିଲେ ଏବଂ ପ୍ରାଟୀସ ପରେ ଯେବେ ମୁଁ ତାଙ୍କ ସହ ମିସିଲି ତ ସେ କହିଲେ- ଏହି ପିଲା କିଏ ? ଏ ବହୁତ ଭଲ ବ୍ୟାଟିଂ କରୁଅଛି । ମୁଁ ସଚିନଙ୍କୁ କହିଲିକି ଏ ଆକ୍ଟର ସୁଶାନ୍ତ ଅଟନ୍ତି, ଯିଏ ଧୋନିଙ୍କ ବାୟୋପିକର ପ୍ରସ୍ତୁତି କରୁଅଛନ୍ତି ।ସଚିନ ଖୁବ ଚକିତ ହୋଇଯାଇଥିଲେ ଏବଂ ସେ କହିଥିଲେ କି ସେ ଚାହିଁବେ ତ ପ୍ରଫେସନାଲ କ୍ରିକେଟ ଖେଳିପାରିବେ, ସେ ଏତେ ଭଲ ଅଟେ ।


ସେୟାର କରନ୍ତୁ