MCC challenge trophy in Muktapasi

ମା ଲଣ୍ଡାବିରି ଚ୍ୟାଲେଞ୍ଜ ଟ୍ରଫି: କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖେଳ
ସେୟାର କରନ୍ତୁ

ପର୍ଜଙ୍ଗ-ମୁକ୍ତାପସି : ପରଜଙ୍ଗ ବ୍ଲକ ଅଧିନସ୍ଥ ମୁକ୍ତାପସି ଗ୍ରାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘ମା ଲଣ୍ଡାବିରି ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟି ମୁକ୍ତାପସି କ୍ରିକେଟ କ୍ଲବ (MCC) ଦ୍ୱାରା ଆୟୋଜିତ କରାଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ସରପଞ୍ଚ ଭୋଳେଶ୍ୱର ସେଠୀ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଗ୍ରାମର ସଭାପତି ଉଗ୍ରେସନ ଦେହୁରୀ ଓ ସ୍ଥାନୀୟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଞ୍ଜର ସୁସାଲତ ବେହେରା ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଷୋହଳଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଗତକାଲି ପ୍ରାରମ୍ଭିକ ମ୍ୟାଚରେ ପଦ୍ମପୋଖରୀ ଟିମ ବିପକ୍ଷରେ ଚୁଳିଆ ଟିମର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଚୁଳିଆ ଟିମ ବ୍ୟାଟିଂ କରିବାର ନିଷ୍ପତି ନେଇ 12.3 ଓଭର ଖେଳି 74 ରନରେ ଅଲଆଉଟ ହୋଇଯାଇଥିଲା ।

ଏହି ଟିମ ବିଫକ୍ଷରେ ଖେଳୁଥିବା ପଦ୍ମପୋଖରୀ ଟିମ 13.3 ଓଭରରେ 4 ୱେକେଟ ହାତରେ ରଖି 75 ରନର ବିଜୟ ଲକ୍ଷ ପାର କରିଥିଲା । ଏହି ମ୍ୟାଚରେ ପଦ୍ମପୋଖରୀ ଟିମର ରାକେଶ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ ।


ସେୟାର କରନ୍ତୁ