Coronavirus: ଦେଶରେ ଏବେ ତିନି କୋଟି ଲୋକ ସଂକ୍ରମିତ, 24 ଘଣ୍ଟାରେ 50 ହଜାରରୁ ଅଧିକ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଏବେ ତିନି କୋଟିରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି । ଏଥି ମଧ୍ୟରୁ 3 ଲକ୍ଷ 90 ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 50 ହଜାର 848 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 1 ହଜାର 358 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 68 ହଜାର 817 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 50 ହଜାର 848
ଏପର୍ଯ୍ୟନ୍ତ ମୋଟ ମାମଲା -3 କୋଟି 00 ଲକ୍ଷ 28 ହଜାର 709

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 68 ହଜାର 817
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 89 ଲକ୍ଷ 94 ହଜାର 855

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 1 ହଜାର 358
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 90 ହଜାର 660

ମୋଟ ଆକ୍ଟିଭ କେସ- ଛଅ ଲକ୍ଷ 43 ହଜାର 194

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 22 ଜୁନ୍ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 39 କୋଟି 59 ଲକ୍ଷ 73 ହଜାର 198 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 19,01,056 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ