21ରେ ଲଘୁଚାପ, ପାଣିପାଗ ବିଭାଗର ପୂର୍ବାନୁମାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ ଏବେ ଅଭାବି ବର୍ଷା ପରିଲକ୍ଷିତ ହେଉଅଛି । ଚାଷୀ ପୁଅ ପାଇଁ ଆଷାଢ଼ ମାସରେ ଯେଉଁ ଭଳି ଭାବରେ ବର୍ଷା ହେବା କଥା ତାହା ଆଶାନୁରୂପ ଭାବରେ ହୋଇନାହିଁ । ତେଣୁ ଚାଷୀ ତାର କାମ ପଛାଉଥିବାରୁ ଚିନ୍ତାରେ ରହିଅଛି । ମୌସୁମୀ ବର୍ଷାର ଅତା ପତା ନାହିଁ, ଏଠି ଲଘୁଚାପ ହିଁ କେବଳ ସାହା ଭରଷା । ଏହି ସମୟରେ ଆସନ୍ତା 21 ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ଗଂଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାଛଡ଼ା ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ସେୟାର କରନ୍ତୁ