Coronavirus Today: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 29 ହଜାର 689 କେସ, 415 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନାର ପ୍ରକୋପ ଧିମା ପଡୁଥିବାର ଦେଖାଯାଉଅଛି । ନୂଆ କରୋନା ମାମଲା ସଂଖ୍ୟା ଆଜି 30 ହଜାର ତଳକୁ ଖସିଅଛି । ଏହା ପୂର୍ବରୁ ପ୍ରତିଦିନ 40 ହଜାର ପାଖାପାଖି କେସ ଆସୁଥିଲା । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 29 ହଜାର 689 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 415 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 42 ହଜାର 363 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 29 ହଜାର 689
ଏପର୍ଯ୍ୟନ୍ତ ମୋଟ ମାମଲା -3 କୋଟି 14 ଲକ୍ଷ 40 ହଜାର 951

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 42 ହଜାର 363
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -3 କୋଟି 6 ଲକ୍ଷ 21 ହଜାର 469

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4 ଶହ 15
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 21 ହଜାର 382

ମୋଟ ଆକ୍ଟିଭ କେସ- ତିନି ଲକ୍ଷ 98 ହଜାର 100

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 26 ଜୁଲାଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 45 କୋଟି 91 ଲକ୍ଷ 64 ହଜାର 121 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 17 ଲକ୍ଷ 20 ହଜାର 110 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ