ରାଜ୍ୟରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 1315 ନୂଆ ପଜିଟିଭ କେସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସଂଖ୍ୟାର କଥା କହିବା ତ ରାଜ୍ୟରେ କରୋନା ସଂକ୍ରମିତଙ୍କ କେସ କମିବାରେ ଲାଗିଅଛି । ଏହି ସଂଖ୍ୟା କିଛି ଦିନ ହେବ ପ୍ରାୟତଃ ଦୁଇ ହଜାର ତଳକୁ ରହୁଅଛି । ଗତକାଲି ଏହି ସଂଖ୍ୟା 11 ଶହରୁ ଅଧିକ କେସ ସାମ୍ନାକୁ ଆସିଥିଲା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟି 13 ଶହରୁ ଅଧିକ ନୂଆ ପଜିଟିଭ କେସ ସାମ୍ନାକୁ ଆସିଅଛି ।

ରାଜ୍ୟରେ 24 ଘଣ୍ଟାରେ 1 ହଜାର 315 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 82 ହଜାର 181କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1315 ଜଣଙ୍କ ମଧ୍ୟରୁ 762 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 553 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 982181 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 13872ଟି ଆକ୍ଟିଭ କେସ୍ ରହିଅଛି ଏବଂ 962088 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ