ରାଜ୍ୟରେ ତଳ ଉପର ହେଉଛି କରୋନା ଗ୍ରାଫ, 24 ଘଣ୍ଟାରେ ଚିହ୍ନଟ ହେଲେ 448 ନୂଆ କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସଂଖ୍ୟାର କଥା କହିବାତ ରାଜ୍ୟରେ ତଳ ଉପର ହେଉଛି କରୋନା ଗ୍ରାଫ । ଏହି ନୂଆ ପଜିଟିଭ ସଂଖ୍ୟା କେବେ ପାଞ୍ଚ ଶହ ଉପରେ ତ ଆଉ କେବେ ପାଞ୍ଚ ଶହ ତଳେ ରହୁଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ 4 ଶହ 48 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 32 ହଜାର 144କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 448 ଜଣଙ୍କ ମଧ୍ୟରୁ 259 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 189 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଏହା ଭିତରେ ମଧ୍ୟ 0ରୁ 18 ବର୍ଷ ବୟସର ପିଲା 24 ଘଣ୍ଟାରେ 59 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 1032144 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5087ଟି ଆକ୍ଟିଭ କେସ୍ ରହିଅଛି ଏବଂ 1018749 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ