ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ ‘ଅନ୍ତିମ୍: ଫାଇନାଲ୍ ତ୍ରୁଥ୍’ (Antim: The Final Truth)କୁ ନେଇକରି ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଖୁବ୍ ଶୀଘ୍ର ଏହି ଫିଲ୍ମ ମୁକ୍ତିଲାଭ କରିବ । ବର୍ତ୍ତମାନ ଏହି ଫିଲ୍ମ IMDB ର ‘ ସବୁଠାରୁ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ତାଲିକାରେ’ ପ୍ରଥମ ସ୍ଥାନ ଅଧିକାର କରିଛି । IMDB ର ରିଅଲ୍-ଟାଇମ୍ ଲୋକପ୍ରିୟତା ମିଟର ପ୍ରତି ପୃଷ୍ଠା ଦୃଶ୍ୟର ସ୍କୋରର ପ୍ରାୟ 15% ଟ୍ରାକ୍ କରେ, ଯାହା ସେମାନଙ୍କ ୱେବସାଇଟରେ ଦର୍ଶକଙ୍କ ଦ୍ୱାରା ଚିନ୍ହିତ ହୋଇଥାଏ ।

ଏହା ଏକ ଅସାଧାରଣ ରୂପରେ ବଡ଼ ସଂଖ୍ୟା ଅଟେ ଏବଂ ଅପେକ୍ଷାକୃତ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପାଇଁ ଏକ ଉଲ୍ଲେଖନୀୟ ଏବଂ ଉଚ୍ଚ ସ୍ତରର ସଂକେତ ଅଟେ । ଏପର୍ଯ୍ୟନ୍ତ ନିର୍ମାତା ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ୍: ଫାଇନାଲ୍ ତ୍ରୁଥ୍’ ଏକ ଆନନ୍ଦଦାୟକ ଉଶ୍ଚବ ଟ୍ରାକ ଏବଂ ଏକ ମୋସନ ପୋଷ୍ଟର ଜାରି କରିଛନ୍ତି, ଯାହାକୁ ଦର୍ଶକ ବହୁ ଧୁମ ଧାମରେ ସ୍ୱାଗତ କରିଛନ୍ତି ଏବଂ ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ଏବଂ ସକରାତ୍ମକ ସମୀକ୍ଷାର ବିପୁଳ ସ୍ତର ହାସଲ କରିଅଛି ।
ଏହି ଫିଲ୍ମରେ ସଲମାନ ଖାନ ଏବଂ ଆୟୁଷ ଶର୍ମା ଅଭିନୟ କରିଛନ୍ତି ଏବଂ ଏହି ଫିଲ୍ମରେ ଦୁହେଁ ଖତରନାକ ଲାଗୁଛନ୍ତି କିନ୍ତୁ ଆକର୍ଷଣୀୟ ଦେଖାଯାଉଛନ୍ତି । ଗୀତ ରିଲିଜ୍ ହେବା ପରେ ମୋସନ୍ ପୋଷ୍ଟର ରିଲିଜ୍ ଦର୍ଶକଙ୍କ ମଧ୍ୟରେ ଆଉ ଏକ ସୋ-ଷ୍ଟପର୍ ହୋଇଗଲା । ଏହି ଫିଲ୍ମଟି ନଭେମ୍ବର 26, 2021 ରେ ଥିଏଟ୍ରିକାଲ ରିଲିଜ ପାଇଁ ପ୍ରସ୍ତୁତ ଅଛି । ସଲମାନ ଖାନ, ଆୟୁଷ ଶର୍ମା ଏବଂ ମହିମା ମକୱାନା ଅଭିନୀତ ‘ଅନ୍ତିମ୍: ଫାଇନାଲ୍ ତ୍ରୁଥ୍’ ମହେଶ ମଞ୍ଜରେକରଙ୍କ ଦ୍ୱାରା ନିର୍ଦ୍ଦେଶିତ, ସଲମା ଖାନଙ୍କ ଦ୍ୱାରା ନିର୍ମିତ ଏବଂ ସଲମାନ ଖାନ ଫିଲ୍ମସ ଦ୍ୱାରା ପ୍ରସ୍ତୁତ ହୋଇଅଛି ।