ୱାଲମୀ ପକ୍ଷରୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ଭୁବନ : ରେଙ୍ଗାଳୀ ବାମ କେନାଲ ଅଧିନରେ ପାଣି ପାଇବାକୁ ଥିବା ସମସ୍ତ ଚାଷୀ କିଭଳି ଭାବରେ ଚାଷପୋଯୋଗୀ ଜମିରେ ଉକୃଷ୍ଟ ଫସଲ ଫଳାଇ ପାରିବେ ସେ ନେଇ ସହଯୋଗୀ ସଂସ୍ଥା ୱାଲମୀ ପକ୍ଷରୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭୁବନ ଶାଖାର ମୁଖ୍ୟ ପ୍ରଦୁମ୍ନ କୁମାର ମିଶ୍ରଙ୍କ ସଂଯୋଜନାରେ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ , ମୁଖ୍ୟ ଯନ୍ତ୍ରୀ ଇଂ ବିଜୟ କୁମାର ସାମଲ, ଅତିରିକ୍ତ ମୁଖ୍ୟ ଇଂ ବାମାପ୍ରସାଦ ବିଶ୍ୱାଳ ,ନିର୍ଦ୍ଦେଶକ ଇଂ ଦାମୋଦର ସାହୁ ଇଂ ବଂଶୀଧର ସ୍ୱାଇଁ ,କୃଷି ଯାନ୍ତ୍ରିକ ଅଧିକାରୀ ସୁଚିସ୍ମିତା କର , ପ୍ରଦୀପ୍ତ କୁମାର ସାହୁ, ପ୍ରଭାତ ରଂଜନ ଦାସ, ରଂଜନ କୁମାର ନାୟକ, ହିତେଶ କୁମାର ପଣ୍ଡା ଉପସ୍ଥିତ ରହି ରେଙ୍ଗାଳୀ ଜଳସେଚିତ ଅଞ୍ଚଳର ପାଣି ପଞ୍ଚାୟତ ସଂଗଠନକୁ ଧାନ କାଟିବା ନିମନ୍ତେ ହସ୍ତଚାଳିତ ମେସିନ, ଧାନ ଅମଳ ମେସିନ ପ୍ରଦାନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାର 10ଟି ଓ ଯାଜପୁର ଜିଲ୍ଲାର 6ଟି ପାଣି ପଞ୍ଚାୟତକୁ ଏହି କୃଷି ସରଞ୍ଜ।ମ ପ୍ରଦାନ କରାଯାଇଛି ।


ସେୟାର କରନ୍ତୁ