ରାଜ୍ୟରେ ବଢୁଅଛି ଗ୍ରୀଷ୍ମ ପ୍ରଭାହ, 7 ସହରରେ 40 ଡିଗ୍ରୀ ଉପରେ ତାପମାତ୍ରା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମପ୍ରବାହ । ଗତ କିଛି ଦିନ ଧରି ଲଗାତାର ଭାବରେ ଅନେକ ସ୍ଥାନରେ ଗରମ ହେଉଛି ଅସହ୍ୟ । ପ୍ରତ୍ୟେକ ଦିନ 7ରୁ 8ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଆଜି 7ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଅଛି । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 42.6 ଡିଗ୍ରୀ ରେକର୍ଡ କରାଯାଇଛି । ଏଥି ସହିତ ଝାରସୁଗୁଡ଼ାରେ ତାପମାତ୍ରା 40.8 ଡିଗ୍ରୀ ରହିଥିବା ବେଳେ ସମ୍ୱଲପୁରରେ 40.1 ଏବଂ ସୁନ୍ଦରଗଡ଼ରେ 40.5 ଡିଗ୍ରୀ ରହିଛି । ସେହିପରି ଭବାନୀପାଟଣାରେ 40.6 ଡିଗ୍ରୀ, ଟିଟିଲାଗଡ଼ରେ 42.5 ଡିଗ୍ରୀ ଏବଂ ସୋନପୁରରେ 40.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।


ସେୟାର କରନ୍ତୁ