ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ, 40 ଡିଗ୍ରୀ ଉପରେ 12 ସହର, ବାରିପଦା ସବୁଠୁ ଉତ୍ତପ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ଖରାରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଲାଣି । ସକାଳ 10ଟା ବେଳକୁ ବାହାରକୁ ବାହାରିବା ହୋଇ ଗଲାଣି ମୁସ୍କିଲ । କେଉଁ ଦିନ ତାତିରେ ଟିଟିଲାଗଡ ରେକର୍ଡ କରୁଛି ତ ଆଉ କେଉଁ ଦିନ ସୋନପୁର । ତେବେ ସୋମବାର ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବାରିପଦାରେ ପାରଦ 42.6 ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ଆଜି 12 ସହରରେ ତାପମାତ୍ରା 40 ଡିଗ୍ରୀ ଟପିଛି । ବିଶେଷ କରି ପଶ୍ଚିମ ଓଡିଶାରେ ତତଲା କଡେଇରେ ପରିଣତ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବଲାଙ୍ଗିରରେ ତାପମାତ୍ରା 42.5 ଡିଗ୍ରୀ, ଝାରସୁଗୁଡାରେ 42.4, ସୋନପୁରରେ 42.1, ବୌଦ୍ଧରେ 42, ଅନୁଗୁଳରେ 41.9, ଟିଟିଲାଗଡରେ 41.6, ସମ୍ବଲପୁରରେ 41.4 ଡିଗ୍ରୀ, ସୁନ୍ଦରଗଡରେ 41, ହୀରାକୁଦରେ 40.9, ଭବାନୀପାଟଣାରେ 40.8 ଏବଂ ତାଳଚେରରେ 40.2 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ଵରରେ ପାରଦ 37 ଡିଗ୍ରୀ ଏବଂ କଟକରେ ତାପମାତ୍ରା 36.1 ଡିଗ୍ରୀ ରହିଛି ।


ସେୟାର କରନ୍ତୁ