ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସାମଂଥା ରୁଥ ପ୍ରଶଂସକମାନଙ୍କୁ ଦେଲେ ପରାମର୍ଶ, ଭୁଲରେ ମଧ୍ୟ କରନାହିଁ ଟାଟୁ

ସିନେମା
ସେୟାର କରନ୍ତୁ

ହାଇଦ୍ରାବାଦ : ଅଭିନେତ୍ରୀ ସାମଂଥା ରୁଥ ପ୍ରଭୁ ଏହି ନିକଟରେ ଇନ୍ସଟାଗ୍ରାମରେ ପ୍ରଶ୍ନ ଉତ୍ତର ସେସନ ରଖିଥିଲେ । ଅଭିନେତ୍ରୀଙ୍କ ପ୍ରଶଂସକ ମାନେ ତାଙ୍କୁ ପଚାରିଲେ ସେ ନିଜର ଶରୀରରେ କେଉଁପ୍ରକାର ଟାଟୁ ବନାଇବା ଚାହାଁନ୍ତି । ଯାହା ଉପରେ ଅଭିନେତ୍ରୀ ଦୋ ଟୁକ ଜବାବ ଦେଇ କହିଲେ ତାଙ୍କୁ ଟାଟୁ ବନାଇବା ପସନ୍ଦ ନୁହେଁ । ସେ ଜୋର ଦେଇ କହିଲେ ୟଙ୍ଗ ଲୋକଙ୍କୁ ମୋର ପରାମର୍ଶ କେହି ଟାଟୁ ବନାନ୍ତୁ ନାହିଁ ।

ସାମଂଥା ଙ୍କୁ ତିନୋଟି ଟାଟୁ ପାଇଁ ଜଣାଯାଏ, ଯାହା ତାଙ୍କର ପୂର୍ବ ପତି ନାଗା ଚୈତନ୍ୟଙ୍କ ସହ ସମ୍ବଧିତ ଅଟେ । ସାମଂଥା ପ୍ରଥମ ଟାଟୁରେ ‘ୱାଇଏମସି’ ଲେଖିଥିଲେ, ଯାହା ଶ୍ୟାମ ଓ ନାଗାଙ୍କ ପ୍ରଥମ ଫିଲ୍ମ ‘ୟେ ମାୟା ଚେସାବି’ ର ସଂକ୍ଷିପ୍ତ ନାମ ଅଟେ ।

ଦ୍ୱିତୀୟ ଟାଟୁ ଯେଉଁଥିରେ ‘ଚାଏ’ ଲେଖାଅଛି, ଯାହା ତାଙ୍କର ଦକ୍ଷିଣ ‘ରିବ’ରେ ଅଙ୍କିତ, ତେବେ ତୃତୀୟ ଟାଟୁ ଅଧିକ ଆକର୍ଷଣୀୟ ଅଟେ ,କାରଣ ଚୈତୁ ଓ ସାମଂଥା ଦୁଇ ଜଣ ଯାକ ନିଜ ବାହୁ ଉପରେ ଦୁଇଟି ତୀରର ଏକ ଭଳିଆ ଟାଟୁ ଗୋଦାଇ ଥିଲେ ।

କାମର କଥା କହିଲେ ସାମଂଥା ଆଗକୁ ‘ଶକୁନ୍ତଳମ’ ଓ ‘ଯଶୋଦା’ ରେ ନଜର ଆସିବେ ।


ସେୟାର କରନ୍ତୁ