ସ୍କୁଲ ଟିଚରଙ୍କ ଛାତ୍ର ଛାତ୍ରୀମାନଙ୍କ ସହ ନାଚୁଥିବାର ଭିଡ଼ିଓ ଭାଇରାଲ, ପ୍ରଶଂସକ ଖୁବ ଲୁଟାଉଛନ୍ତି ଭଲପାଇବା

ଭାଇରାଲ ସିନେମା
ସେୟାର କରନ୍ତୁ

ଭାଇରାଲ ଭିଡିଓ : ବିଦ୍ୟାଳୟରେ ପାଠ ପଢା କେବେ କେବେ ଛାତ୍ରଙ୍କ ପାଇଁ କଷ୍ଟ ହୋଇଥାଏ, କିନ୍ତୁ କେତେକ ଶିକ୍ଷକ ଏମିତି ଅଛନ୍ତି ଯିଏ ନିଜର କ୍ଲାସକୁ ମଜେଦାର ଓ ମନୋରଞ୍ଜକ କରିବା ପାଇଁ କିଛି ଖାସ କରିଥାନ୍ତି । ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଅଂଗ୍ରେଜୀ ଶିକ୍ଷତ୍ରି ମନୁ ଗୁଲାଟି ନାଚ କରି ନିଜ କ୍ଳାସକୁ ମନୋରଞ୍ଜକ ବନାଇ ଦେଇଛନ୍ତି । ନିଜ ଟୁଇଟର ପ୍ରୋଫାଇଲରେ ସେୟାର କରିଥିବା ଏହି ଭିଡ଼ିଓରେ ଗୁଲାଟି ନାଚ କରୁଥିବା ଦେଖାଯାଉଛନ୍ତି । ଡ୍ୟାନ୍ସ ଭିଡ଼ିଓକୁ ଛାତ୍ରମାନେ ବହୁତ ଉପଭୋଗ କରୁଥିବା ନଜର ଆସୁଛନ୍ତି ଓ ଛାତ୍ର ଓ ଶିକ୍ଷକ ତାଳି ବଜାଉଥିବା ଦେଖାଯାଉଛନ୍ତି ।

ଏହି କ୍ଲିପ କୁ 60k ରୁ ଅଧିକ ଥର ଦେଖାଯାଇସାରିଛି ଓ ଲୋକମାନଙ୍କ ଠାରୁ ବହୁତ ଭଲପାଇବା ମିଳୁଛି । ଲୋକଙ୍କୁ ଫିଲ୍ମ ‘ତାରେ ଜମୀନ ପର’ରେ ଅମୀର ଖାନଙ୍କ କିରଦାର ମନେପଡିଯାଇଛି । ନିଜ ଶ୍ରେଣୀକୁ ହସ ସହିତ ଜୀବନ୍ତ ବନାଇବା ପାଇଁ କେତେ ଲୋକ ଗୁଲାଟିଙ୍କୁ ପ୍ରଶଂସା କରିଛନ୍ତି ।

ଏହି ଭିଡ଼ିଓ ପାଇଁ ପ୍ରଶଂସକ ମାନେ ବହୁତ କମେଣ୍ଟ କରିଛନ୍ତି । ଜଣେ ୟୁଜର କମେଣ୍ଟ କରିଛନ୍ତି -ମନୁ ମ୍ୟାଡ଼ାମ ଆପଣ ବହୁତ ପ୍ୟାରୀ ଅଟନ୍ତି । ଯେଉଁପରି ଆପଣ ଝିଅ ସହିତ ନାଚ କରିଛନ୍ତି,ବହୁତ ସୁନ୍ଦର । ଆପଣଙ୍କୁ ଓ ଆପଣଙ୍କ ଛାତ୍ରମାନଙ୍କୁ ବହୁତ ସାରା ଭଲପାଇବା ।

ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି- ଏହି ଝିଅମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜଗାଇବା ପାଇଁ ମ୍ୟାମ ଆପଣଙ୍କୁ ପ୍ରଣାମ । ଯେତେବେଳେ ଶିକ୍ଷକ କୌଣସି ଜିନିଷ ପାଇଁ ଅନୁକୂଳ ବାତାବରଣ ପ୍ରଦାନ କରନ୍ତି, ସେହି ପିଲାମାନେ ଭଲ କରିପାରନ୍ତି । ଜଣେ ଅନ୍ୟ ୟୁଜର ଲେଖିଛନ୍ତି – ଏହାକୁ ଚାଲୁ ରଖ, ବହୁତ ବଡ଼ କାମ ।


ସେୟାର କରନ୍ତୁ