ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ୟଶବନ୍ତ ସିହ୍ନା, ଟୁଇଟ୍ କରି ଦେଲେ ଏମିତି ଇସାରା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଆସନ୍ତା କିଛି ଦିନ ମଧ୍ୟରେ ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ଏହି ପଦ ପାଇଁ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତାଜା ସୂଚନା ଅନୁଯାୟୀ, ଯଶବନ୍ତ ସିହ୍ନାଙ୍କ ନାମ ବିରୋଧୀ ଦଳ ସ୍ଥିର କରିଛନ୍ତି । ବାସ୍ତବରେ ୟଶବନ୍ତ ସିହ୍ନା ଆଜି ବିରୋଧୀ ସଭାରେ ଯୋଗଦେବାକୁ ଯାଉଛନ୍ତି ।

ସୂଚନାନୁସାରେ, ଦିଲ୍ଲୀରେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ପାଇଁ ଅପରାହ୍ନ 2.30 ରେ ବିରୋଧୀଦଳର ଏକ ବୈଠକ ହେବ ଯେଉଁଥିରେ ୟଶବନ୍ତ ସିହ୍ନା ଯୋଗଦେବେ । ଏଥି ସହିତ, ଏହି ବୈଠକରେ ଯୋଗଦେବା ପୂର୍ବରୁ ୟଶବନ୍ତ ସିହ୍ନା ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ସମ୍ମାନ ଓ ପ୍ରତିଷ୍ଠା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଉଛି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଦଳରୁ ହଟି ଏକ ବଡ଼ ଉଦ୍ଦେଶ୍ୟରେ କାମ କରିବାକୁ ପଡ଼ିବ ।

ସୂଚନା ଥାଉକି, ୟଶବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଏନ୍‌ଡିଏ ସରକାରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପରେ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପରେ 2018ରେ ବିଜେପି ଦଳ ଛାଡିଥିଲେ ଏବଂ 2021ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।


ସେୟାର କରନ୍ତୁ