53 ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଅଛି । ମୃତକ ଜଣଙ୍କ ହେଲେ ଚେରୁ ଭୂତିଆ (ବୟସ 55) । ଏହି ଘଟଣା ଘଟିଛି ତାଳଚେର ଡୁବୁରୀ ରାସ୍ତା 53 ନଂ ଜାତୀୟରାଜପଥ ମୁକ୍ତାପସି ଗାଁ, ଗ୍ରାମ ଦେବତୀ ମା ଲଣ୍ଡବିରୀଙ୍କ ପାଖାପାଖି ଅଞ୍ଚଳରେ (ମା ଲଣ୍ଡବିରୀଙ୍କ ସାମ୍ନାରେ ରହିଛି ମୁକ୍ତାପସି ରେଲୱେ ଷ୍ଟେସନ) । ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣାଟି ଆଜି ସମୟ ପ୍ରାୟ ବାରଟା ପରେ ପରେ ଘଟି ଅଛି ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଚେରୁ ଭୂତିଆଙ୍କ ଘର କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟପୁରା କାଟେଣୀ ଗ୍ରାମରେ । ତେବେ ସେ ଆଜି ସାଇକେଲ ଯୋଗେ ମୁକ୍ତାପସି ଆସି କିଛି ରାସନ ସଉଦା କିଣିକି ଫେରିଲା ବେଳେ ଅଜଣା ଗାଡି ଧକ୍କା ଦେଇଥିବାର ଜଣାପଡିଛି । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ସ୍ୱାଭାବିକ ହୋଇଛି । ଲାସକୁ ମଧ୍ୟ ପୋଲିସ ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଛି ।


ସେୟାର କରନ୍ତୁ