ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନିଲ କୁମାର ନାୟକ

ଢେଙ୍କାନାଳ, ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ : ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରିଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି I

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ କାମାକ୍ଷନଗର ଥାନା ଗୁନେଇବିଲି ପଞ୍ଚାୟତ ଡିମିରିଆ ଗ୍ରାମର ବିଦ୍ୟାଧର ରାଉତ (55) ଓ ରୂମିଲା ପ୍ରଧାନ (32) ବାଇକ୍ ଯୋଗେ ଜିରାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ I ଫେରିବା ସମୟରେ ତାରିଣୀ ମନ୍ଦିର ନିକଟରେ କାମାକ୍ଷନଗର ପଟୁ ଦ୍ରୁତ ଗତିରେ କାର୍ ଆସି ଧକ୍କା ଦେଇଥିଲା I ଯାହା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଛିଟିକି ପଡିବାରୁ ଘଟଣା ସ୍ଥଳରେ ବିଦ୍ୟାଧରଙ୍କ ଡାହାଣ ପଟ ଗୋଡ ଅଲଗା ହୋଇଥିଲା ବେଳେ ଘଟଣାସ୍ଥଳରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିଲା I ତେବେ ରୂମିଲା ଗୁରୁତର ହେବାରୁ କଟକ ସ୍ତାନସ୍ତର କରାଯାଇଛି I


ସେୟାର କରନ୍ତୁ