ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବିଭିନ୍ନ ଦାବୀ ଉଠାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ l ଜିଲ୍ଲାର ଆଠଟି ବ୍ଲକର ପ୍ରାୟ ତିନି ହଜାର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଧାରଣାରେ ଏକତ୍ରିତ ହୋଇଥିଲେ l ତେବେ ଢେଙ୍କାନାଳର ଶ୍ରୀ ବଳରାମ ମନ୍ଦିର ଠାରୁ ଏକ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଦାବୀ ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳ ସରୋଜ କୁମାରସେଠୀଙ୍କୁ ଦେଇଥିଲେ l

ତେବେ ବିଭିନ୍ନ ଦାବୀ ଗୁଡିକହେଲା, 2001ର ନିଯୁକ୍ତି ପ୍ରକିୟାରେ 6 ବର୍ଷ ପର୍ଯ୍ୟନ୍ତ ମୂଳ ଚାକିରିରେ ଯୋଡନ୍ତୁ, ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ହେଉ, 6 ଗୋଟି ଏନକ୍ରିଜିମେଣ୍ଟ ଲାଗୁ, 6 ବର୍ଷର ଅସ୍ଥାୟୀ ସମୟକୁ ଚାକିରୀ ସମୟ ଭିତରେ ରଖାଯାଉ ଏବଂ ଗଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ x କ୍ୟାଡ଼ର ଉଛେଦ କରାଯାଉ l

ସୂଚନା ଥାଉକି, ଏହି ଦାବୀ ଗୁଡିକ ତୁରନ୍ତ ପୂରଣ କରାଯାଉ, ଜଦି ପୂରଣ କରାନଯାଏ ଆଗାମୀ 27ତାରିଖ ଦିନ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନେଇ ଥିବା ସୂଚନା ଦେଇଛନ୍ତି l


ସେୟାର କରନ୍ତୁ