ରାଜ୍ୟରେ ଶୀତ ଲହରୀ ଜାରି : 13 ଡିଗ୍ରୀ ତଳେ 12 ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି l ଆଜି ରାଜ୍ୟର 12ଟି ସ୍ଥାନରେ 13 ଡିଗ୍ରୀ ତଳେ ତାପମାତ୍ରା ରହିଥିବା ରେକର୍ଡ ହୋଇଛି l ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରେକର୍ଡ ହୋଇଛି । ଏଠାରେ ତାପମାତ୍ରା 8 ଡିଗ୍ରି ରେକର୍ଡ କରାଯାଇଛି ।

ଅପରପକ୍ଷରେ ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ତାପମାତ୍ରା 9.5ଡିଗ୍ରି, ଫୁଲବାଣୀ (କନ୍ଧମାଳ)ରେ 9.6, ଦାରିଙ୍ଗବାଡି (କନ୍ଧମାଳ)ରେ 10, କୋରାପୁଟରେ 10, କେନ୍ଦୁଝରରେ 10, ଭବାନୀପାଟଣା (କଳାହାଣ୍ଡି)ରେ 10.6 ଡିଗ୍ରି, ଝାରସୁଗୁଡ଼ାରେ 10.8, ଚିପିଲିମା (ସମ୍ବଲପୁର)ରେ 10.8, ସୁନ୍ଦରଗଡ଼ରେ 12.5 ଓ ଦେବଗଡ଼ରେ 12.5 ଡିଗ୍ରି ସେଲସିୟଅସ୍ ରେକର୍ଡ ହୋଇଛି ।

ସେଇଭଳି କଟକ-ଭୁବନେଶ୍ବରର ତାପମାତ୍ରା ମଧ୍ୟ 17 ଡିଗ୍ରି ତଳକୁ ଖସିଛି । ଗତ ରାତିରେ କଟକର ରାତି ତାପମାତ୍ରା 16.6 ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର 16.5 ଡିଗ୍ରି ରହିଥିଲା।


ସେୟାର କରନ୍ତୁ