ଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ : ବିଜେପି ବିଜେଡିକୁ ଟାର୍ଗେଟ କଲେ ନରସିଂହ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବିଧାନସଭା ଶୂନ୍ୟକାଳରେ ଉଠିଛି ଚାଷୀ ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ଉଠାଇଛନ୍ତି କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର । ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଯଦି ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ କରୁଛନ୍ତି । ତେବେ ଚାଷୀଙ୍କ ସମସ୍ୟା କେଉଁଠି ରହିଲା । ସମସ୍ତ ଦଳ ରାଜି ତେବେ ଗୋଟିଏ ଦିନରେ ଆଇନ ପ୍ରଣୟନ ହେଉ, ସମାଧାନ ହେବ ଚାଷୀଙ୍କ ସମସ୍ୟା ।

କଂଗ୍ରେସ ବିଧାୟକ ନେତା ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଗୃହର ନେତା ଗୃହକୁ ଆସନ୍ତି ନାହିଁ । ବିଧାନସଭାର 4 ଦଳକୁ ନେଇ ଆଲୋଚନା ହେଉ । ଆଇନ ଆସୁ । ନଚେତ୍ ଖାଲି ପଦମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି । ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ । ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି କିନ୍ତୁ ଗତକାଲି ସେ ମୁଲତବୀ ଆଲୋଚନାରେ ତାହା ଦେଲେନି ।

ସେପଟେ ଶାସକ ଦଳ ଗତକାଲି ବିରୋଧୀ ଦଳ ଭୂମିକା ସମ୍ପାଦନ କଲେ । MSP ବୃଦ୍ଧି ପାଇଁ କେନ୍ଦ୍ରକୁ କୁହାଯାଇଥିଲା । କେନ୍ଦ୍ର ସହିତ ଆପଣଙ୍କର ଭଲ ସମ୍ପର୍କ, ଗୋଟେ ଫୋନ୍ କଲରେ ରାଜ୍ୟ ସଭା ଟିକେଟ ଦେଇ ଦଉଛ । Msp ନେଇ ଆପଣ ଫୋନ୍ କଲେ ନି କାହିଁକି । କେନ୍ଦ୍ର ନଦେଲେ ଆପଣ msp 2930 ଲାଗୁ କଲେନି ।


ସେୟାର କରନ୍ତୁ