ରିପୋର୍ଟ- ସୁନୀଲ କୁମାର ନାୟକ
କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନସ୍ତ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ଜିରିଡ଼ାମାଳି ଗାଁ ନିକଟରେ ଏକ ହାତୀ ପଲ ଜଙ୍ଗଲରୁ ଆସି ଧାନ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ଏବେ ଚାଷୀ ମାନଙ୍କ ମଧ୍ୟରେ ଭାଲେଣି ପଡ଼ିଅଛି, କେମିତି ଧାନ ଫସଲ ଅମଳ କରିବୁ l ବର୍ଷ ସାରା ଚାଷୀ ବିଲରେ ଖଟି ଖଟି ଏହି ସୁନାର ଫସଲ ଧାନକୁ ଫଳେଇଛି l ଏବେ ତାର ଅମଳ କରିବାର ସମୟ ଆସିଛି, ଏହି ସମୟରେ ଯଦି ହାତୀ ପଲ ଆସି ଧାନ ଫସଲ ନଷ୍ଟ କରନ୍ତି ତାହେଲେ ଚାଷୀ କଣ କରିବ, ମୁଣ୍ଡରେ ହାତ ଦେଇ ବସିବା ଛଡା ଆଉ ତା ପାଖରେ ଅନ୍ୟ କିଛି ଉପାୟ ନାହିଁ l

ବାସ୍ତବରେ, ଚାଷୀମାନେ ଧାର କରଜ କିମ୍ୱା ଋଣ ଆଣି ଚାଷରେ ଖଟେଇ ଥାନ୍ତି, ଫସଲ ଅମଳ ହେଲେ ତାକୁ ବିକ୍ରିବଟା କରି ମହାଜନ ଅବା ଋଣ କରିଥିବା ସଂସ୍ଥାକୁ ପରିଶୋଧ କରିଥାନ୍ତି l ଏହିଠି ପ୍ରଶ୍ନ ଉଠେ, ଯଦି ଅମଳ ହେବା ସମୟରେ ହାତୀ ପଲଙ୍କ ଦ୍ୱାରା ଚାଷୀର ଫସଲ ନଷ୍ଟ ହୁଏ, ତେବେ ଚାଷୀ ଭାଇ କେମିତି ତାର ସଂସାର ବଞ୍ଚାଇବ, କେମିତି ସେ ଋଣ ପରିଶୋଧ କରିବ, ସେହି ଚିନ୍ତାରେ ରହିଛି ଚାଷୀ ।